ଲଘୁଚାପ ପ୍ରଭାବରେ ୪ଦିନ ପ୍ରବଳ ବର୍ଷା ସମ୍ଭାବନା

ସାମ୍ଭାବ୍ୟ ବନ୍ୟା ସ୍ଥିତିର ମୁକାବିଲା ପାଇଁ ଜଲ୍ଲା ପ୍ରଶାସନ ପ୍ରସ୍ତୁତ

ଭୁବନେଶ୍ବର:ଆସୁଛି ବଡ଼ ବର୍ଷା । ଦକ୍ଷିଣରୁ ଉପକୂଳ ପ୍ରବଳ ବର୍ଷିବ । କେନ୍ଦ୍ରୀୟ ବଙ୍ଗୋପସଙ୍ଗରେ ଦାନା ବାନ୍ଧୁ ଥିବା ଲଘୁଚାପ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ହେବ । ଯଦିଓ ଚିତ୍ର ସ୍ପଷ୍ଟ ହେଇନାହିଁ, କିନ୍ତୁ ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୯ରୁ ୨୩ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା୨୪ ଘଣ୍ଟା ମଧ୍ୟରେ ଉତ୍ତର ଓ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ୧୬ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି।
୧୯ ତାରିଖରେ ଉପକୂଳ ଜିଲ୍ଲା ସହିତ ମୟୁରଭଞ୍ଜ, ଢେଙ୍କାନାଳ, ମାଲକାନଗିରି, ରାୟଗଡ଼ା, କୋରାପୁଟ ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୦ତାରିଖରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅତି ପ୍ରବଳ ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ଏହି ୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥି ସହିତ ୯ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ମଧ୍ୟ ଜାରି ହୋଇଛି। ସେହିପିର ୨୧ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡା ଓ ପୁରୀ ଜିଲ୍ଲା ଏବଂ ୨୨ରୁ ୨୩ ତାରିଖ ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଳାରେ ପ୍ରବଳ ବର୍ଷା ହେବାର ଅଛି। ଏହାକୁ ଦୃଷ୍ଟିରେ ରଖି ଏହି ସବୁ ଜିଲ୍ଲାକୁ ୟେଲା ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

heavy to very heavy rain possibility in south odisha during low pressure in next four days

ରାଜ୍ୟର ୧୯ ତାରିଖରୁ ୪ଦିନ ଧରି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅଧିକ ବର୍ଷା ହୋଇପାରେ। । ପ୍ରବଳ ବର୍ଷା ଯୋଗୁଁ ନିଶ୍ଚିତ ରୂପେ ବନ୍ୟା ଓ ପାହାଡ଼ ଅତଡ଼ା ଖସି ଅନେକ କ୍ଷୟକ୍ଷତି ଆଶଙ୍କା ରହିଛି। ପବନର ଭୟ ନାହିଁ; କିନ୍ତୁ ବନ୍ୟା ଆଶଙ୍କା ରହିଛି। ତେଣୁ ସମ୍ଭାବ୍ୟ ସ୍ଥିତିର ମୁକାବିଲା ଲାଗି ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛନ୍ତି।

heavy to very heavy rain possibility in south odisha during low pressure in next four days