ଅବପାତ ରୂପନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ,୧୫ରୁ ଓଡିଶାରେ ହେବ ବର୍ଷା ଓ ପବନ !

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲକ୍ଷୁଚାପ ଅବପାତର ରୂପ ନେଅ ପଶ୍ଚିମ ଦିଗକୁ ଗତି କରୁଛି । ଏହି ଅବପାଦ ଧୀରେ ଧୀରେ ଘନିଭୂତ ହୋଇା ଡିପଡିପ୍ରେସନ ବା ଗଭୀର ଅବପାତରେ ପରିଣତ ହେଉଛି । ଏହା ଆସନ୍ତା ୨୪ ଘଣ୍ଟା ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁ ମୁହାଁ ହେବ। ୧୫ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ଉତ୍ତର ତାମିଲନାଡ଼ୁ ଉପକୂଳକୁ ସ୍ପର୍ଶ କରିବ। ପ୍ରଭାବରେ ୧୪ ତାରିଖଠାରୁ ଉକ୍ତ ଦୁଇ ରାଜ୍ୟରେ ବର୍ଷା ପବନ ଲାଗିରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

ଏହାର ପ୍ରଭାବରେ ଝଡ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ବିଭାଗର ସୂଚନା ଅନୁସାରେ ଏବେ ପବନର ବେଗ ୪୦ରୁ ୬୦ କିଲୋମିଟର ପ୍ରତିଘଣ୍ଟା ଥିବାବେଳେ ଆଗକୁ ଏହା ଆହୁରି ବଢିବ । ଆସନ୍ତା କାଲି ଠାରୁ ପବନବେଗ ୬୫ କିଲୋମିଟରୁ ଅଧିକ ରହିବ । ୧୫ ଓ ୧୬ ତାରିଖରେ ଗଭୀର ଅବପାତ ପ୍ରଭାବରେ ଘଣ୍ଟା ପ୍ରତି ୮୦ କିମି ବେଗରେ ପବନ ବହିପାରେ। ଏହି ସମୟରେ ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଓ ପଣ୍ଡିଚେରି ଉପକୂଳ ଅଶାନ୍ତ ରହିବ। ତେଣୁ ମତ୍ସଜୀବୀମାନେ ସମୁଦ୍ରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ଯେଉଁମାନେ ସମୁଦ୍ର ଭିତରକୁ ଯାଇଛନ୍ତି ସେମାନେ ୧୪ ତାରିଖ ସନ୍ଧ୍ୟା ସୁଦ୍ଧା ଉପକୂଳକୁ ଫେରି ଆସିବାକୁ କୁହାଯାଇଛି। ୧୫ ଓ ୧୬ ତାରିଖରେ ଉପକୂଳ ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଓ ପଣ୍ଡିଚେରିରେ ପ୍ରବଳରୁ ପ୍ରବଳ ବର୍ଷା ହେବ। ୧୬ ତାରିଖଠାରୁ ଓଡ଼ିଶା ‌ସମେତ ଛତିଶଗଡ଼, ତେଲେଙ୍ଗାନା, ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକର କିଛି ସ୍ଥାନରେ ପ୍ରବଳ ‌ବର୍ଷା ହେବାର ଆକଳନ କରାଯାଇଛି।

ଏହାର ପ୍ରଭାବ ଓଡିଶାରେ ପଡିବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଭାଗ । ୧୬ ତାରିଖ ଠାରୁ ଦକ୍ଷିଣ ଓଡିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ । ଅନେକ ସ୍ଥାନରେ ପବଳ ବର୍ଷାର ମଧ୍ୟ ସମ୍ଭାବନା ରହିଛି । ପାଣିପାଗ ବିଶେଷଜ୍ଞଙ୍କ କହିବାନୁଯାୟୀ ଅବପାତ ବାତ୍ୟାରେ ପରିଣତ ହେବ କି ନାହିଁ ଏବେ କହିବା କଷ୍ଟକର। ତଥାପି ସ୍ଥଳ ଭାଗ ଛୁଇଁବା ସମୟରେ ପବନର ‌ବେଗ ଘଣ୍ଟା ପ୍ରତି ୮୦ କିମି ପର‌୍ୟ୍ୟନ୍ତ ରହିବ। ବର୍ତମାନର ସ୍ଥିତିକୁ ଦେଖିଲେ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। କେବଳ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ହୋଇପାରେ।