୫ ଜିଲ୍ଲାରେ ଆହୁରି ୧୨ ଘଣ୍ଟା ପ୍ରବଳ ବର୍ଷିବ, ହିରାକୁଦ ଜଳଭଣ୍ଡାର ୫ ଗେଟ ଖୋଲା,ବଣ୍ଡା ଘାଟି ବାହାଜଗତରୁ ବିଛିନ୍ନ

ଭୁବନେଶ୍ୱର : ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାରେ ଗଲା ଦୁଇ ଦିନ ଧରି ବର୍ଷୁଥିବା ଲଗାଣ ବର୍ଷା ଆହୁରି ୧୨ ଘଣ୍ଟା ବର୍ଷି ବ । ତେବେ ଏହାର ପ୍ରକୋପ କେବଳ ୫ ଜିଲ୍ଲାରେ ହହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଆସନ୍ତା ୧୨ ଘଣ୍ଟା ଭିତରେ ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡା, ଓ ବରଗଡ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ପଶ୍ଚିମବଙ୍ଗୋପ ସାଗରରେ ସୃଷ୍ଟ ଡିପ୍ରେସନ ଦୁର୍ବଳ ହେଉଛି । ତଥାପି ଏହାର ପ୍ରଭାବ ଆହୁରି ୧୨ ଘଣ୍ଟା ରହିବ ବୋଲି କହିଛି ପାଣିପାଗ ବିଭାଗ ।

ସେପଟେ ପ୍ରବଳ ବର୍ଷା ଓ ବନ୍ୟାଯୋଗୁ ମାଲକାନାଗିରି ଓ କୋରାପୁଟର ସ୍ଥିତି ସଙ୍ଗୀନ ହୋଇ ପଡିଛଇ । ମାଲକାନାଗିରି ଜିଲ୍ଲାର ଅଧିକାଶଂ ଅଞ୍ଚଳ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି । ବଣ୍ଡାଘଟିରେ ମାଟି ଅତଡା ଖସିବା ଯୋଗୁ ସମସ୍ୟା ସୃଷ୍ଟି ହୋଇଛି । ମାଲକାନାଗିରି ଜୟପୁର ରାସ୍ତା ରେ ବନ୍ୟାଜଳ ଯୋଗୁ ସହ ସହ ଗାଡି ମଟର ଅଟକି ରହିଛି । ସେହିପରି ବଣ୍ଡା ଘାଟି ମଧ୍ୟ ବାହାଜଗତରୁ ବିଛିନ୍ନ ହୋଇଛି ।
ସେପଟେ ହିରାକୁଦ ଜଳଭଣ୍ଡାର ୫ଟି ଖୋଲିଛି । ଜଳ ବଣ୍ଡାରକୁ ମିନିଟକୁ ୧ଲକ୍ଷ ୯୦୧୩ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଏହି ସମୟରେ ଏହି ୫ଟି ଗେଟ ଦେଇ 91,378 କ୍ୟୁସେକ ଜଳ ନିଷ୍କାସିତ ହେଉଥିବା ସୂଚନା ମିଳିଛି ।