ଟ୍ୱିନସିଟିରେ ଦେଢ଼ଘଂଟା ଧରି ପ୍ରବଳ ବର୍ଷା-ପବନ

ଭୁବନେଶ୍ୱର : ଟ୍ୱିନସିଟି କଟକ-ଭୁବନେଶ୍ୱରରେ ରାତି ପ୍ରାୟ ୩ଟାରୁ ପ୍ରବଳ ବର୍ଷା, ପବନ ସାଙ୍ଗକୁ ଘଡଘଡି ଦେଢ଼ଘଂଟା ଧରି ଜାରି ରହିଥିଲା। ଏହି ବର୍ଷା, ପବନରେ ରାଜଧାନୀ ଭୁବନେଶ୍ୱରର କିଛି ଅଂଚଳରେ ଗଛ ଭାଙ୍ଗି ପଡିଥିବାର ସୂଚନା ମିଳିଛି। ଏଥିସହିତ ବିଦ୍ୟୁତ୍‌ ସରବରାହ ବ୍ୟାଘତ ମଧ୍ୟ ହୋଇଥିଲା।  ରାତିରେ ଦ୍ୱୈତ ନଗରୀରେ ପ୍ରବଳ ବର୍ଷା, ପବନ ଓ ଘଡଘଡିର ଭୟଙ୍କର ଶବ୍ଦ ସାଙ୍ଗକୁ ବିଦ୍ୟୁତ୍‌ ସରବରାହରେ ବ୍ୟାଘାତ ଯୋଗୁଁ ଲୋକେ ରାତି ସାରା ହନ୍ତସନ୍ତ ହୋଇଥିଲେ।