୨୪ ଘଣ୍ଟାରେ ପାଗ ବଦଳିବ,୧୬ରୁ ବର୍ଷା,୧୭ରେ ପ୍ରବଳ ବର୍ଷିବ !

ଭୁବନେଶ୍ୱର : ହିମାଳୟ ପାଶ୍ୟବର୍ତୀ ଅଞ୍ଚଳ ଓ ସମୁଦ୍ରରେ ଏକ ଟ୍ରପଲାଇନ ସୃଷ୍ଟି ହୋଇଛି । ଆସନ୍ତା ୪୮ ଘଣ୍ଟା ଯାଏ ଏହା ସମୁଦ୍ରରେ ସ୍ଥିର ରହିବ । ଏହାର ପ୍ରଭାବରେ ପଶ୍ଟିମା ପବନ ପ୍ରବାହିତ ହେବ । ଏଥିପାଇଁ ପାଣି ପାଗରେ ପରିବର୍ତ୍ତନ ଆସିବ । ୨୪ ଘଣ୍ଟା ପରେ ରାଜ୍ୟର ପାଗ ବଦଳିବା ସମ୍ଭାବନା ରହିଛି । ଏହା ସହ ୧୬ରୁ ବର୍।। ହେବା ସହ ୧୭ରେ ପ୍ରବଳ ବର୍ଷା ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ । କେବଳ ସେତିକି ନୁହେଁ ପଶ୍ଚିମବଙ୍ଗରୁ ବାଂଲାଦେଶ ଦେଇ ଉତ୍ତରପୂର୍ବ ବଙ୍ଗୋପସାଗର ପର‌୍ୟ୍ୟନ୍ତ ଏକ ଟ୍ରଫଲାଇନ ଥିବାରୁ ଏସବୁର ପ୍ରଭାବରେ ବାୟୁ ପ୍ରବାହର ଦିଗ ପରିବର୍ତ୍ତନ ସହିତ ଆସନ୍ତା ୧୮ତାରିଖ ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ଏବଂ ପାର୍ଶ୍ବବର୍ତ୍ତୀ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟିହେବ। ତେବେ ଘୂର୍ଣ୍ଣିବଳୟ କାରଣରୁ ଆସନ୍ତା ୧୬ତାରିଖଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ୧୭ରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିବ। ବିଶେଷ କରି ଦକ୍ଷିଣ ଓଡ଼ିଶା ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣା ପଡ଼ିଛି।