ଆଜି ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ  ମୟୂରଭଞ୍ଜ, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗିର, କଳାହାଣ୍ଡି ଓ କୋରାପୁଟ ଜିଲ୍ଲା ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହିତ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଅରେଞ୍ଜ ଓ୍ୱାର୍ଣ୍ଣିଂ...

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ  ମୟୂରଭଞ୍ଜ, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗିର, କଳାହାଣ୍ଡି ଓ କୋରାପୁଟ ଜିଲ୍ଲା ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହିତ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।  ଆଜି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ଡ୍ୟୁଟି ଅଫିସର ଲକ୍ଷ୍ମୀକାନ୍ତ ଗିରି  ଏହି ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି,“ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆଜି ଏହା ଲଘୁଚାପ ରୂପ ନେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଆସନ୍ତାକାଲି ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ପରେ ବର୍ଷାର ପରିମାଣ କମିବ। ଏହାପରେ ୨୮ ଓ ୨୯ ତାରିଖ ବେଳକୁ ପୁଣି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି।”

ଶ୍ରୀ ଗିରି କହିଛନ୍ତି,“ ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ଏଥିପାଇଁ  ଦୁଇ ଦିନ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି। ”

Spread the love
Categories
ଓଡିଶା

RELATED BY

  • ସ୍କୁଲ ଯିବନି ଜଗା, ମୁଣ୍ଡରେ ହେବ ଖପୁରୀ ପ୍ରତିରୋପଣ: ମନ୍ତ୍ରୀ

    କଟକ: ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲରେ ଚିକିତ୍ସାଧୀନ ଥିବା ଜଗାର ଖପୁରୀ ପ୍ରତ୍ୟାରୋପଣ ହେବ। ତେଣୁ ବର୍ତ୍ତମାନ ସ୍ଥିତିରେ ଜଗା ସ୍କୁଲ ଯାଇପାରିବ ନାହିଁ। ଖପୁରି ପ୍ରତିରୋପଣ ପରେ ସେ ସ୍କୁଲ ଯିବା ସମ୍ଭବ ହୋଇପାରିବ। କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଅଂଚଳର...
  • ଓଡ଼ିଶାରେ ନକଲି ସାମ୍ପୁ

    ବଲାଙ୍ଗୀର: ଘରେ ଘରେ ପରିଚିତ କ୍ଲିନିକ ପ୍ଲସ ସାମ୍ପୁର ନକଲି ଏବେ ବଜାରରେ ଦେଖିବାକୁ ମିଳିଛି | କିଛି ଏଭଳି ଅଭିଯୋଗ ବଲାଙ୍ଗୀରର କଣ୍ଟାବାଞ୍ଜିରୁ ଆସିଛି | ବଜାରରେ ପ୍ୟାକେଟ୍ ପ୍ୟାକେଟ୍ ନକଲି ସାମ୍ପୁ ବିକ୍ରି ହେଉଥିବାବେଳେ ଏବେ ଏହାର...
  • ମଙ୍ଗୁମଠକୁ ନ ଭାଙ୍ଗିବାକୁ ନବୀନଙ୍କୁ ଅନୁରୋଧ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

    ପୁରୀ:ପୁରୀର ବହୁ ପୁରାତନ ମଙ୍ଗୁ ମଠ ଉଚ୍ଛେଦ ନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ । ନବୀନଙ୍କୁ ଏକ ଟ୍ୱିଟ୍‌ କରି କ୍ୟାପଟେନ ଅମରିନ୍ଦର ସିଂହ କହିଛନ୍ତି ଯେ, ଏହି ମଠ ଗୁରୁ ନାନକଙ୍କ...
  • ନନ୍ଦନକାନନରେ ଅସୁସ୍ଥ ଦନ୍ତାହାତୀ ଚନ୍ଦନ ମୃତ

    ବାରଙ୍ଗ: ଶନିବାର ରାତିରେ ସ୍ଥାନୀୟ ପ୍ରାଣୀ ଉଦ୍ୟାନ ନନ୍ଦନକାନନର ହାତୀଶାଳରେ ରହୁଥିବା ଅସୁସ୍ଥ ଦନ୍ତାହାତୀ ଚନ୍ଦନର ମୃତ୍ୟୁ ଘଟିଛି । ଅସୁସ୍ଥ ହୋଇପଡ଼ିଥିବା ଚନ୍ଦନକୁ ଆସାମ ଷ୍ଟେଟ୍‌ ଓ ସେଣ୍ଟର୍‌ ଫର୍‌ ଓ୍ଵାଇଲ୍‌ଡ୍‌ ଲାଇଫ୍‌ ହେଲ୍‌ଥ୍‌ ଓଡ଼ିଶାର ପ୍ରବୀଣ ପଶୁଚିକିତ୍ସକମାନଙ୍କ...