ରାଜ୍ୟରେ ବନ୍ୟାସ୍ଥିତି ନାହିଁ, ୨୮ରେ ବାତ୍ୟା ଆସିବା ଖବର ଏକ ଗୁଜବ: ଏସଆରସି

ଭୁବନେଶ୍ୱର:ଦକ୍ଷିଣ ଓ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଯାହା ପ୍ରଭାବରେ ରାଜ୍ୟରେ ଗତ ୨ଦିନ ହେଲା ବର୍ଷା ଜାରି ରହିଛି । ରାଜ୍ୟରେ ଲଗାଣ ବର୍ଷାକୁ ହେଉଛି କିନ୍ତୁ ବନ୍ୟାସ୍ଥିତି ସୃଷ୍ଟି ହୋଇନାହିଁ ବୋଲି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । 

ରାଜ୍ୟରେ ୮ଟି ଜିଲ୍ଲାରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି । ଭଦ୍ରକରେ ୧୫୨ମିମି, ପୁରୀରେ ୧୩୫ ମିମି, କଟକରେ ୧୩୦ ମିମି, ୩ଟି ବ୍ଲକରେ ୩୦୦ମିମିରୁ ଅଧିକ ବର୍ଷା ହୋଇଛି । ଯାଜପୁର ବିଞ୍ଝାରପୁରରେ ୨୩୯ ମିମି ବର୍ଷା ରେକର୍ଡ଼ କରାଯାଇଛି । ସେହିପରି ଭୁବନେଶ୍ୱରରେ ଗତ ୨ଦିନରେ ୨୫୩ମିମି ବର୍ଷା ରେକର୍ଡ଼ କରାଯାଇଛି । ରାଜ୍ୟର କୈାଣସି ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନି । ଆଜି ସକାଳୁ ସ୍ଥିତିରେ ଉନ୍ନତି ଆସିଛି । ବର୍ଷାର ପରିମାଣ କମ ରହିଛି । ଏହି ୨ଦିନ ବର୍ଷାରେ କୈାଣସି ମୃତାହତ ହୋଇଥିବା ସୂଚନା ମିଳିନାହିଁ ବୋଲି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । 

କିଛି ଦିନ ହେବ ସୋସିଆଲ ମିଡ଼ିଆରେ ଆସନ୍ତା ୨୮ରେ ବାତ୍ୟା ହେବା ନେଇ ଖବର ଘୁରି ବୁଲୁଛି । କିନ୍ତୁ ଏହା ଏକ ଗୁଜବ । ତେଣୁ କେବଳ ପାଣିପାଗ ବିଭାଗ ଖବର ଉପରେ ବିଶ୍ୱାସ କରନ୍ତୁ ବୋଲି ଏସଆରସି ପରାମର୍ଶ ଦେଇଛନ୍ତି ।