ବର୍ଷା ପାଣିରେ ଭାସିଲା ସ୍ମାର୍ଟସିଟି

ଭୁବନେଶ୍ୱର:ପୁଣି ଲଣାଣ ବର୍ଷା ପାଣିରେ ଭାସିଲା ସ୍ମାର୍ଟସିଟି । ଦକ୍ଷିଣ ଓ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇଛି । ଯାହା ପ୍ରଭାବରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ଭୁବନେଶ୍ୱରରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି । ଦୁଇଦିନ ହେବ ଲଗାଣ ବର୍ଷାରେ ରାଜଧାନୀ ଭୁବନେଶ୍ୱରର ଅଧିକାଂଶ ସ୍ଥାନ ଜଳମଗ୍ନ ହୋଇପଡ଼ିଛି ।

ଗତକାଲି ଠାରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷାରେ ରାଜଧାନୀ ଭୁବନେଶ୍ୱରର ହାଲ ବେହାଲ ହୋଇପଡ଼ିଛି । ଅଧିକାଂଶ ସ୍ଥାନ ଜଳମଗ୍ନ ହୋଇପଡ଼ିଛି । ସାଧାରଣ ଲୋକଙ୍କ ଘର ଭିତରେ ମଧ୍ୟ ପାଣି ପଶିଯାଇଛି । ଲୋକେ ହନ୍ତସନ୍ତ ହେଉଛନ୍ତି । ନୟାପଲ୍ଲୀ, ମଞ୍ଚେଶ୍ୱର , ଜୟଦେବ ବିହାର,ବମିଖାଲ, ଲକ୍ଷ୍ମୀ ସାଗର ଭଳି ଭୁବନେଶ୍ୱରର ଅଧିକାଂଶ ସ୍ଥାନରେ  ରାସ୍ତା ଉପରେ ଆଣ୍ଠୁଏ ପାଣି ଲହଡ଼ି ମାରୁଛି । ପୂର୍ବରୁ ଏପରି ଅବସ୍ଥା ବାରମ୍ବାର ଦେଖା ଯାଉଥିବା ବେଳେ ମଧ୍ୟ ଏହି ବର୍ଷା ପାଣି  ନିଷ୍କାସନ ପାଣି କୈାଣସି ପଦକ୍ଷେପ କାର୍ଯ୍ୟକାରୀ ହୋଇପାରି ନାହିଁ ।