୭ ପରେ ୧୨ ଜିଲ୍ଲାରେ ଘଡ ଘଡି ସହ ବର୍ଷିବ !

ଭୁବନେଶ୍ୱର : ଧୀରେ ଧୀରେ ପାରଦ ଉପରକୁ ଉଠୁଛି । ଦିନରେ ତାପମାତ୍ରା ବଢୁଛି ଥଣ୍ଡା କମୁଛି,କିନ୍ତୁ ରାତିରେ ପୁଣି ବଢୁଛି ଶୀତ । ହଲେ ୭ ତାରିଖ ପରଠୁ ରାଜ୍ୟର ୧୨ ଜିଲ୍ଲାରେ ପାଗ ବଦଳିବ । ଏପରି ଆକଳନ କରିଛି ପାଣିପାଗ ବିଭାଗ । ଗରୁବାରରୁ ରବିବାର ଯାଏ ମେଘୁଆପାଗ ରହିବ ବୋଲି ପାଣିପାଗ ବିଶେଷଜ୍ଞ ଅନୁମାନ କରିଛନ୍ତି ।
ଭୂମଧ୍ୟସାଗରୀୟ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିଝଡ଼ ବା ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍‌ସ ହେତୁ ୮ରୁ ୧୦ ତାରିଖ ମଧ୍ୟରେ ଓଡ଼ିଶାରେ ବର୍ଷା ହେବ। ବିଶେଷ କରି ଉତ୍ତର ଓଡ଼ିଶାରେ ମଧ୍ୟମଧରଣର ବର୍ଷା ସହ କାଳବୈଶାଖୀର ମଧ୍ୟ ସମ୍ଭାବନା ରହିଛି। ୮ରୁ ୯ ତାରିଖ ମଧ୍ୟରେ ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼, ଦେଓଗଡ଼,କେନ୍ଦୁଝର ଓ ମୟୁରଭଞ୍ଜ ଆଦି ଜିଲାରେ ବର୍ଷା ସହିତ କାଳବୈଶାଖୀ ଆଶଙ୍କା କରାଯାଇଛି। ସେହିପରି ୯ରୁ ୧୦ ତାରିଖ ମଧ୍ୟରେ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନ ରହିଛି।