ଶାହିନବାଗରେ ବ୍ୟାପକ ପୋଲିସ ମୁତୟନ, ୧୪୪ ଧାରା ଲାଗୁ

ନୂଆଦିଲ୍ଲୀ: ଶାହିନବାଗରେ ବ୍ୟାପକ ପୋଲିସ ମୁତୟନ । ସୁରକ୍ଷା ଦୃଷ୍ଟିରୁ ରବିବାର ଧାରଣାସ୍ଥଳରେ ମୁତୟନ ହୋଇଛନ୍ତି ପୋଲିସ । ଧାରଣାସ୍ଥଳକୁ ହଟାଇବା ପାଇଁ ହିନ୍ଦୁସେନା ଡାକରା ଦେବା ପରେ ରବିବାର ଶାହିନବାଗରେ ପୋଲିସ ଛାଉଣି କରାଯାଇଛି ।

ଏହାସହ ଶାହିନବାଗରେ ଧାରା ୧୪୪ ଲଗାଯାଇଛି । ଉତର-ପୂର୍ବ ଦିଲ୍ଲୀରେ ହିଂସା ପରେ ଶାହିନବାଗରେ କିଛି ଘଟିପାରେ ବୋଲି ଆଶଙ୍କା କରି ଏପରି କରାଯାଇଛି ।

ମାର୍ଚ୍ଚ ୧ ତାରିଖରେ ଶାହିନବାଗ ଧାରଣାସ୍ଥଳକୁ ହଟାଇବାକୁ ହିନ୍ଦୁସେନା ଡାକରା ଦେଇଥିବାରୁ ପୋଲିସ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି । ସୂଚନାଥାଉକି, ସିଏଏକୁ ବିରୋଧ କରି ଶାହିନବାଗରେ ଧାରଣା ଜାରି ରହିଛି । ଏଥିଯୋଗୁଁ ରାସ୍ତା ବନ୍ଦ ରହିବା ସହ ଅନେକ ଲୋକ ହଇରାଣ ହରକତ ହେଉଛନ୍ତି ।