ପୁଷ୍ଟିସଂପନ୍ନ ଶିଶୁ, କିଶୋରୀ, ମହିଳା ହେଉଛନ୍ତି ସମାଜ ପାଇଁ ଅମୂଲ୍ୟ ସଂପଦ : ମନ୍ତ୍ରୀ ଶ୍ରୀମତୀ ସାହୁ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ ଉଭୟ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଶିଶୁ, କିଶୋରୀ, ଗର୍ଭବତୀ ଏବଂ ପ୍ରସୂତୀ ମହିଳାମାନ ଙ୍କ ପୁଷ୍ଟି ଆବ ଶ୍ୟକତା ପରିପୂର ଣ ଦିଗରେ ଦ୍ରୁତ ଅଭିବୃଦ୍ଧି ଘଟିଛି । ଜାତୀୟ ଫ୍ୟାମିଲି ହେଲ୍‌ଥ ସର୍ଭେ ରିପୋର୍ଟ ଅନୁସାରେ ପ୍ରଥମ ଥର ପାଇଁ ସ୍ୱାସ୍ଥ୍ୟ ଏବଂ ପୁଷ୍ଟି ଉଭୟ କ୍ଷେତ୍ରରେ ଓଡ଼ିଶା ଉନ୍ନତ ପ୍ରଦର୍ଶନ କରିଛି । ଦୀର୍ଘ ମିଆଦୀ ଯୋଜନା, ଉପଯୁକ୍ତ କାର୍ଯ୍ୟାନ୍ୱୟନ, ତଦାରଖ, ସମୀକ୍ଷା ସହ ସମସ୍ତ ଅଂଶୀଦାରଙ୍କ ସହଭାଗିତାରେ ଓଡ଼ିଶା ପୁଷ୍ଟି ସାଧନ କ୍ଷେତ୍ରରେ ଖୁବ୍‌ ଶୀଘ୍ର ଉଚ୍ଚସ୍ତରକୁ ଉନ୍ନୀତ ହେବା ସହ ସମଗ୍ର ଦେଶରେ ଏକ ଅଗ୍ରଣୀ ରାଜ୍ୟରେ ରୂପାନ୍ତରିତ ହୋଇପାରିବ ବୋଲି ଆଜି ଭୁବନେଶ୍ୱରଠାରେ ଆୟୋଜିତ ‘ଟ୍ରାନ୍ସଫରମିଂ ନୁ୍ୟଟିସନ୍‌ ଆଉଟକମସ୍‌ ଇନ୍‌ ଓଡ଼ିଶା’ ଶୀର୍ଷକ ରାଜ୍ୟସ୍ତରୀୟ ମାନସମନ୍ଥନ କର୍ମଶାଳାରେ ଯୋଗଦେଇ ପୁଷ୍ଟିସାଧନ କ୍ଷେତ୍ରରେ କାର୍ଯ୍ୟରତ ବୈଜ୍ଞାନିକ, ବିଶେଷଜ୍ଞ, ଗବେଷକ, ପ୍ରଶାସକ ତଥା ସେ୍ୱଚ୍ଛାସେବୀ ଅନୁଷ୍ଠାନ ପ୍ରତିନିଧି ଏବଂ ବିଭିନ୍ନ କ୍ଷେତ୍ରରୁ ଆସିଥିବା ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ଆଲେ ।ଚନାଚକ୍ରକୁ ଉଦ୍‌ଘାଟନ କରି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଲେ, ପୁଷ୍ଟି ହିଁ ପ୍ରଗତିର ପ୍ରମୁଖ ଲକ୍ଷଣ । ପୁଷ୍ଟିସଂପନ୍ନ ଶିଶୁ, କିଶୋରୀ, ମହିଳା ହେଉଛନ୍ତି ସମାଜ ପାଇଁ ଅମୂଲ୍ୟ ସଂପଦ । ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିସଂପନ୍ନ ଆଭିମୁଖ୍ୟକୁ କାର୍ଯ୍ୟକାରୀ କରି ପୁଷ୍ଟିସାଧନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିବା ନିମନ୍ତେ ବିଭାଗ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛି ଏବଂ ଏହି ଲକ୍ଷ୍ୟ ହାସଲ ପାଇଁ ବିବିଧ କୌଶଳ ଅବଲମ୍ବନ କରାଯାଇଛି । ଅନୁରୂପ ଭାବେ ରାଜ୍ୟର ଦୁର୍ଗମ ଅପହଞ୍ଚ ଏବଂ ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ଯେମିତି କେହି ଜଣେ ବି ମହିଳା ଓ ଶିଶୁ ଅପପୁଷ୍ଟିର ଶିକାର ନହୁଅନ୍ତି ତାହା ସୁନିଶ୍ଚିତ କରିବାର ଗୁରୁଦାୟିତ୍ୱ କ୍ଷେତ୍ର କର୍ମଚାରୀଙ୍କ ଉପରେ ନ୍ୟସ୍ତ ରହିଛି । ସମସ୍ତଙ୍କ ପାଖରେ ଯେଭଳି ଅଙ୍ଗନବାଡ଼ି ସେବା ପହଞ୍ଚିପାରିବ ସେଥିପାଇଁ ତତ୍ପରତାର ସହ କାର୍ଯ୍ୟ କରିବାକୁ ମନ୍ତ୍ରୀ ଶ୍ରୀମତୀ ସାହୁ ପରାମର୍ଶ ଦେଇଥିଲେ । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ପ୍ରାରମ୍ଭିକ ଅଭିଭାଷଣରେ କହିଥିଲେ ପୁଷ୍ଟିସାଧନ କ୍ଷେତ୍ରରେ ଆଖିଦୃଶିଆ ପରିବର୍ତ୍ତନ ଆଣିବା ପାଇଁ ୫ ‘ଟି’ ପ୍ରୟୋଗ କରି ଅଙ୍ଗନବାଡ଼ିଗୁଡ଼ିକୁ ସଶକ୍ତ କରାଯାଉଛି । ଟେକ୍‌ ହୋମ୍‌ ରାସନ୍‌ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ‘ମୋ ଛତୁଆ’ ଆପ୍‌ ପ୍ରଚଳନ କରାଯାଇଛି । ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ସୁଷମ ରନ୍ଧାଖାଦ୍ୟ ସହ ପି୍ର ସ୍କୁଲ ୟୁନିଫର୍ମ, ଜୋତାମୋଜା, ରନ୍ଧନ ଗ୍ୟାସ୍‌, ୱାଟର ଫିଲଟର ପ୍ରଭୃତି ଯୋଗାଇ ଦିଆଯାଉଛି । ରାୟଗଡ଼ା, କୋରାପୁଟ ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡିରେ ୧୫୦ଟି କ୍ରେଚ୍‌ ଏବଂ ଖଣି ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାରେ ଡିଏମ୍‌ଏଫ୍‌ ଜରିଆରେ ୬୦ଟି କ୍ରେଚ୍‌ ଖୋଲାଯାଇଛି । ଛତୁଆର ମାନ ପରୀକ୍ଷା ପାଇଁ କେନ୍ଦ୍ରୀୟ ଖାଦ୍ୟ ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନ (ସିଏଫ୍‌ଟିଆର୍‌ଆଇ)କୁ ଅନୁବନ୍ଧିତ କରାଯାଇଛି । ଜାତୀୟ ଫାମିଲି ହେଲ୍‌ଥ ସର୍ଭେ ରିପୋର୍ଟ ଅନୁସାରେ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟକାରୀ କରିବାରେ ଓଡ଼ିଶାର ପ୍ରଥମ ସ୍ଥାନରେ ରହିଛି ବୋଲି ପ୍ରମୁଖ ଶାସନ ସଚିବ ସୂଚନା ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଯୋଗଦେଇ କମିଶନର ତଥା ନିର୍ଦ୍ଦେଶକ, ମିଶନ ଶକ୍ତି ଶ୍ରୀମତୀ ସୁଜାତା ଆର୍‌. କାର୍ତ୍ତିକେୟନ୍‌ କହିଥିଲେ, ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ସମନ୍ୱିତ ଶିଶୁ ବିକାଶ ଯୋଜନା ଖୁବ୍‌ ସଫଳ ହୋଇଛି । ବିଶେଷ କରି ଆଦିମ ଜନଜାତି ମହିଳାମାନଙ୍କ ମଧ୍ୟରେ ପୁଷ୍ଟି ସଚେତନତା ବୃଦ୍ଧି ପାଇଛି । ଅପହଞ୍ଚ ଏବଂ ଦୁର୍ଗମ ଅଞ୍ଚଳରେ ମଧ୍ୟ ପୁଷ୍ଟିସାଧନର ବାର୍ତ୍ତା ପହଞ୍ଚିପାରିବା ଏକ ବିଶେଷ ସଫଳତା । ପୁଷ୍ଟିସାଧନ କ୍ଷେତ୍ରରେ ଅଧିକ ସଫଳତା ହାସଲ ପାଇଁ ମତାମତ ଗ୍ରହଣ, ବୈଷୟିକ ପରାମର୍ଶ, ନୂତନ ନୀତି ନିର୍ଦ୍ଧାରଣ ସହ ବହୁମୁଖୀ କୌଶଳ ଅବଲମ୍ବନ ଆଭିମୁଖ୍ୟରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ‘କିଶୋରୀ ଏବଂ ମାତୃପୁଷ୍ଟିସାଧନ’, ‘ଅପହଞ୍ଚ ଅଞ୍ଚଳର ଶିଶୁମାନଙ୍କ ଅପପୁଷ୍ଟି ଦୂରୀକରଣ’, ‘ତିନି ବ ର୍ଷରୁ କ ମ୍‌ ବ ୟସର ଶିଶଙ୍କୁ ପୁଷ୍ଟିସାଧନ’, ‘କିଶୋରୀ, ମହିଳା ଏବଂ ୬ ବ ର୍ଷରୁ କ ମ୍‌ ବ ୟସ ଶିଶୁଙ୍କ ରକ୍ତହୀନତା’, ‘ପରିପୂରକ ପୁଷ୍ଟି କାର୍ଯ୍ୟକ୍ରମରେ ଖାଦ୍ୟରେ ବିବିଧ ଭିଟାମିନ୍‌ଯୁକ୍ତ କରାଇବା’ ଏବଂ ‘ପୁଷ୍ଟିସାଧନରେ ଗୋଷ୍ଠୀଗତ ଅଂଶଗ୍ରହଣ, ଭାଗୀଦାରିତା ଏବଂ ଉତ୍ତରଦାୟିତ୍ୱ’ ଏହି ଭଳି ୬ ଗୋଟି ପ୍ରସଙ୍ଗ ଉପରେ ମାନସମନ୍ଥନ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ସ୍ୱାସ୍ଥ୍ୟ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଚିତ୍ରା ଅରୁମୁଗମ୍‌, ମହିଳା ଓ ଶିଶୁ ବିକାଶ ନ çର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ୍‌ଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ, ଆପିର କାର୍ଯ୍ୟକ୍ରମ ଅଧିକାରୀ, ୟୁନିସେଫ୍‌ ଏବଂ ଅନ୍ୟ ସହଯୋଗୀ ଅଂଶୀଦାରମାନେ ପାୱାର ପଏଣ୍ଟ ଜରିଆରେ ପୁଷ୍ଟିସାଧନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଆଜିର ଏହି ଆଲୋଚନା ଚକ୍ରରେ ଦେଶର ବିଭିନ୍ନ ରାଜ୍ୟରୁ ନୁ୍ୟଟି୍ରସନ୍‌ ବିଶେଷଜ୍ଞ, ବୈଜ୍ଞାନିକ, ଚିକିତ୍ସକ, ସେ୍ୱଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧିଙ୍କ ସମେତ କେଉଁଝର ଓ ଗଜପତିର ଜିଲ୍ଲାପାଳ, ପ୍ରଶାସନିକ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଏବଂ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀମାନେ ଯୋଗଦେଇଥିଲେ ।