ବିଦେଶ ଫେରନ୍ତାଙ୍କ ପାଇଁ ନୂଆ ଗାଇଡଲାଇନ

ନୂଆଦିଲ୍ଲୀ: ବିଦେଶୀ ଫେରନ୍ତାଙ୍କ ଘରୋଇ ଯାତ୍ରା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ସମସ୍ତ ଯାତ୍ରୀଙ୍କୁ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରିବାକୁ ପରାମର୍ଶ । ବିମାନବନ୍ଦର,ଷ୍ଟେସନ ଓ ବସଷ୍ଟାଣ୍ଡରେ କୋଭିଡ ସଚେତନତା କରାଯିବ । ସମସ୍ତ ପ୍ରସ୍ଥାନ ଉପରେ ଥର୍ମାଲ ସ୍କ୍ରନିଂ ବ୍ୟବସ୍ଥା କରାଯିବ । ସେପଟେ ବିଦେଶ ଫେରନ୍ତାଙ୍କ ପାଇଁ ନୂଆ ଗାଇଡଲାଇନ ।

ସମସ୍ତ ଯାତ୍ରୀ ଯାତ୍ରା ପୂର୍ବରୁ ବାଧ୍ୟତାମୂଳକ ସଂଗରୋଧ ପାଇଁ ଅଣ୍ଡରଟେକିଂ ଦେବେ । ୧୪ ଦିନ କ୍ୱାରେନଟିନରେ ରହିବା ପାଇଁ ଅଣ୍ଡରଟେକିଂ ଦେବେ । ୭ ଦିନ ନିଜ ଖର୍ଚ୍ଚରେ ପେଡ ଇନଷ୍ଟିଚ୍ୟୁସନାଲ କ୍ୱାରେନଟିନରେ ରହିବେ । ଆଉ ୭ ଦିନ ହୋମ କ୍ୱାରେନଟିନରେ ରହିବେ ।

ସବୁଠାରୁ ବଡ଼ କଥା ହେଲା, ଯାତ୍ରୀ ଓହ୍ଲାଇବା ପରେ ହିଁ ସେମାନଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ । ଗର୍ଭବତୀ, ୧୦ ବର୍ଷରୁ କମ ପିଲା ଓ ଅନ୍ୟ କିଛି ବର୍ଗ ପାଇଁ ନିୟମ କୋହଳ କରାଯିବ । ମୋବାଇଲରେ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରିବା ବାଧ୍ୟତାମୂଳକ । ଯାତ୍ରାବେଳେ ସାମାଜିକ ଦୂରତା ମାନିବାକୁ ପଡିବ ।