କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଚୂଡ଼ାନ୍ତ ତାଲିକା: ରେଡ୍ ଜୋନ୍ ରେ ଓଡ଼ିଶାର ୩ ଜିଲ୍ଲା

ନୂଆଦିଲ୍ଲୀ : ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କେତେକ ରାଜ୍ୟ ସ୍ଥିତିରେ ସୁଧାର ଆସିଛି । ଏହାରି ମଧ୍ୟରେ ମେ ୩ ତାରିଖରେ ଦେଶରେ ୨ୟ ପର୍ଯ୍ୟାୟ ଲକ୍‌ଡାଉନ୍ ଅବଧି ଶେଷ ହେବାକୁ ଯାଉଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କଂଟେନମେଂଟ ଜୋନ୍‌ର ଚୂଡ଼ାନ୍ତ ତାଲିକା ପ୍ରକାଶ କରିଛି । ଯେଉଁ  ଅଂଚଳ ର କରୋନା ଭାଇରସ୍ ପରିସ୍ଥିତିକୁ ସୁଧାର ଆସିଛି  ସେହି ରାଜ୍ୟ ଓ ଜିଲ୍ଲାମାନଙ୍କୁ ବିଭିନ୍ନ ରେଡ୍, ଅରେଞ୍ଜ୍ ଓ ଗ୍ରିନ୍ ଜୋନ୍ ଭାବେ ବର୍ଗିକରଣ କରାଯାଇଛି।

health-ministry-finalises-list-of-containment-zones-entire-odisha-3-dist-red-zone

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏହି ତାଲିକାରେ ଓଡିଶାର ୩ ଜିଲାକୁ ରେଡ୍ ଜୋନରେ ସାମିଲ କରାଯାଇଛି । ୩ଜିଲ୍ଳାଗୁଡ଼ିକ ହେଉଛି ଯାଜପୁର, ଭଦ୍ରକ ଓ ବାଲେଶ୍ୱର । ସେହିପରି ଅରେଞ୍ଜ ଜୋନରେ ରାଜ୍ୟର ୬ଟି ଜିଲ୍ଳା ରହିଛି । ୬ଜିଲ୍ଲା ହେଉଛି ଖୋର୍ଦ୍ଧା, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କୋରାପୁଟ, ଢ଼େଙ୍କାନାଳ ଓ କଳାହାଣ୍ଡି । ତେବେ ଭୁବନେଶ୍ୱର ପୂର୍ବରୁ ରେଡ଼ ଜୋନରେ ଥିବା ବେଳେ ବର୍ତମାନ ଅରେଞ୍ଜ ଜୋନରେ ରହିଛି । ଗ୍ରୀନ ଜୋନରେ ଓଡ଼ିଶାର ୨୧ଟି ଜିଲ୍ଲା ସାମିଲ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି ଏହି ନୂତନ ତାଲିକା ପ୍ରକାଶ ପାଇଛି ।

ସୂଚନା ଅନୁସାରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରକାଶ କରିଥିବା ତାଲିକା ଅନୁସାରେ, ଦେଶର ୧୩୦ଟି ଜିଲ୍ଲାକୁ ରେଡ୍ ଜୋନ୍‌ ଭାବେ ଘୋଷଣା କରାଯାଇଥିବା ବେଳେ ୨୮୪ଟି ଜିଲ୍ଲାକୁ ଅରେଞ୍ଜ୍ ଓ ୩୧୯ ଜିଲ୍ଲାକୁ ଗ୍ରିନ୍ ଜୋନ୍ ତାଲିକାଭୁକ୍ତ କରାଯାଇଛି।