ନୂଆପଡା କୋଭିଡ ହସ୍ପିଟାଲ ପରିଦର୍ଶନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆପଡ଼ା: ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ନୂଆପଡ଼ା ଜିଲ୍ଲାରେ ସଲଦା ନିକଟସ୍ଥ ଅନ୍ବେଷା ହଷ୍ଟେଲରେ ଥିବା ୨ଶହ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ ପରିଦର୍ଶନରେ ଆସିଥିଲେ। ଏହି ଅବସରେ ସେ କୋଭିଡ୍ ହସ୍ପିଟାଲର ଆନୁସାଙ୍ଗିକ ବ୍ୟବସ୍ଥାର ତଦାରଖ କରିବା ସହ ସ୍ୱାବ୍ ସଂଗ୍ରହ ସଂପର୍କରେ ପଚାରି ବୁଝିଥିଲେ। ଏହି ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବ୍ୟତୀତ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଏବଂ ନୂଆପଡ଼ା ଜିଲ୍ଲାପାଳ ମଧୁସ୍ମିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଏହାପରେ ମନ୍ତ୍ରୀ ଖରିଆରରେ ନିର୍ମିତ ଡାକ୍ତରଖାନା ବିଲ୍ଡିଙ୍ଗକୁ ଉଦଘାଟନ କରିଥିଲେ। ଏଥିରେ ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।