SCB ମେଡିକାଲ କଲେଜ ଏବଂ ସରକାରୀ ହୋମିଓପାଥିକ ମେଡିକାଲ କଲେଜ ସମ୍ପର୍କରେ ମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର : କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ହସ୍ପିଟାଲର ବିକାଶ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି । ବୈଠକରେ ଉକ୍ତ ହସ୍ପିଟାଲର ବିଭିନ୍ନ ବିଭାଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । କଟକ ସ୍ଥିତ ମେରୁଦଣ୍ଡ ଆଘାତ କେନ୍ଦ୍ରକୁ ବର୍ତ୍ତମାନ ପାଇଁ ଅର୍ଥପେଡିକ୍‍ ବିଭାଗ ସହିତ ସାମିଲକରି ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବ । ପର୍ଯ୍ୟାୟକ୍ରମେ ଅନ୍ୟ ବିଭାଗ ଗୁଡିକୁ ଏଥି ସହିତ ଯୋଡାଯିବ । ପରବର୍ତ୍ତୀ ସମୟରେ ଏହା ସହିତ ଟ୍ରାଉମା କେୟାର ୟୁନିଟ୍‍କୁ ସଂଯୋଗ କରାଯାଇ ଓଡିଶା ଟ୍ରାଉମା କେୟାର ଓ ମେରୁଦଣ୍ଡ ଆଘାତ କେନ୍ଦ୍ର ଭାବେ ନାମିତ ଲାଗି ବୈଠକରେ ସ୍ଥିର ହୋଇଛି । ବର୍ତ୍ତମାନ ଟ୍ରାଉମା କେୟାର ସେଣ୍ଟରରେ ଆବଶ୍ୟକ ମାନବ ସମ୍ବଳର ବ୍ୟବସ୍ଥା କରାଯିବ । ସେହିଭଳି ଜେରିଆଟିକ୍‍ ଓପିଡି ସେବା ବର୍ତ୍ତମାନ ସପ୍ତାହରେ ତିନିଦିନ ପାଇଁ ଜେନେରାଲ ମେଡିସିନ ୱାର୍ଡରେ କାର୍ଯ୍ୟ କରୁଥିବାବେଳେ ଏହାକୁ ସବୁଦିନ କାର୍ଯ୍ୟକାରୀ ଲାଗି ବ୍ୟବସ୍ଥା କରଯିବା ସହିତ ସ୍ୱତବ ଆଇପିଡି ସେବା ଉପଲ୨ କରାଯିବ । ଏହାପାଇଁ ଏକ ସ୍ୱତବ ଭବନ ନିର୍ମାଣ ଲାଗି ୧୫ଏକର ଜମିର ବ୍ୟବସ୍ଥା ସକାଶେ କୁହାଯାଇଛି ।

ସେହିପରି ଲିଭର ପ୍ରତିରୋପଣ ବ୍ୟବସ୍ଥା ଶୀଘ୍ର ଆରମ୍ଭ କରାଯିବା ପାଇଁ ଏ ନେଇ ଆସନ୍ତା ୭ଦିନ ଭିତରେ ଏମ୍‍ଓୟୁ ସ୍ୱାକ୍ଷରିତ ପାଇଁ ସମସ୍ତ ପ୍ରସ୍ତୁତି କରିବାକୁ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି । ତେବେ ଯଥାଶୀଘ୍ର ଅନ୍ୟାନ୍ୟ ତାଲିମ, ପରିଦର୍ଶନ ଆଦି ଆନୁଷଙ୍ଗିକ କାର୍ଯ୍ୟ ସାରିବାକୁ ବି କୁହାଯାଇଛି । ନିର୍ମାଣ ହେବାକୁ ଥିବା ଜି+୭ ସୁପର ସ୍ପେିଶିଆଲିଷ୍ଟ ଭବନ କାର୍ଯ୍ୟ ପ୍ରକ୍ରିୟା ତ୍ୱରାନ୍ୱିତ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରୋଗୀର ଯେପରି କୌଣସି ପ୍ରକାରର ଅସୁବିଧା  ନହୁଏସେଥିପାଇଁ ପଦକ୍ଷେପ ନେବାକୁ ମନ୍ତ୍ରୀ କହିଛନ୍ତି । ଆବଶ୍ୟକ ପଡୁଥିବା ବାଳିକା ହଷ୍ଟେଲ, ବ୍ୟାୟାମଶାଳାର ବ୍ୟବସ୍ଥା କରାଯିବା ସହ ବର୍ତ୍ତମାନ ଥିବା ବ୍ୟାୟାମଶାଳାର ଶୀଘ୍ର ପୁନରୁଦ୍ଧାର କରାଯିବ ।

ପୂର୍ବରୁ ରାଜ୍ୟରେ ଥିବା ସରକାରୀ ହୋମିଓପାଥିକ ମେଡିକାଲ କଲେଜ ଗୁଡିକ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଦାସ ସମୀକ୍ଷା କରିଥିଲେ । ଉକ୍ତବୈଠକରେ ଘରୋଇ ହୋମିଓପାଥିକ ମେଡିକାଲ କଲେଜ ଗୁଡିକୁ ପ୍ରଦାନ କରାଯାଉଥିବା ଏନ୍‍ଓସି ସମ୍ପର୍କରେ ଡିଏମ୍‍ଇଟି ଏକ କମିଟି ଗଠନ କରି ପଶ୍ଚିମବଙ୍ଗ ଆଦି ରାଜ୍ୟରେ ଯେଉଁ ପ୍ରକାର ବ୍ୟବସ୍ଥା ରହିଛି ତାହାର ଅନୁଧ୍ୟାନ ପାଇଁ କୁହାଯାଇଛି । ବାରିପଦା ଠାରେ ଥିବା ଘରୋଇ ଆୟୁର୍ବେଦିକ କଲେଜକୁ ମୁଖ୍ୟମବୀ ନବୀନ ପଟ୍ଟନାୟକ ସରକାରୀ କରାଯିବା ସମ୍ପର୍କରେ କରିଥିବା ଘୋଷଣା ସଂକ୍ରାନ୍ତରେ ଆଲୋଚନା ହୋଇଥିଲା । ସମ୍ବଲପୁର ସରକାରୀ ହୋମିଓପାଥିକ ମେଡିକାଲ କଲେଜରେ ଖାଲିଥିବା ପଦବୀ ପୂରଣ ପାଇଁ ଆୟୁଷ ନିର୍ଦ୍ଦେଶକ ତିନିଦିନ ମଧ୍ୟରେ ପ୍ରସ୍ତାବ ଦେବାକୁ ମବୀ ନିର୍ଦ୍ଦେଶ ଦେଇଛନ୍ତି । ଏହିସବୁ ମେଡିକାଲ କଲେଜ ଗୁଡିକରେ ଥିବା ଭିତ୍ତିଭୂମି ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଅତିରିକ୍ତ ସଚିବ ସମ୍ପୃକ୍ତ ଅନୁଷ୍ଠାନର ଅଧିକାରୀମାନଙ୍କ ସହିତ ଓ ହୋମିଓପାଥିକ ସଂଘ ସହିତ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାପାଇଁ କୁହାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର ସମ୍ମଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା, ମେଡିକାଲ ନିଗମର ଏମ୍‍ଡି ୟାମିନୀ ଷଡଙ୍ଗୀ, ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ଡିଏମ୍‍ଇଟି ସୋନାମାଳି ବାଗ, ଏସ୍‍ସିବି ମେଡିକାଲ କଲେଜର ଅଧ୍ୟକ୍ଷ, ଅଧ୍ୟକ୍ଷା, ବିଭିନ୍ନ ବିଭାଗୀୟ ମୁଖ୍ୟ, ମୁଖ୍ୟଯବୀ (କୋଠାବାଡି), ହୋମିଓପାଥି ମେଡିକାଲ କଲେଜ ଗୁଡିକର ଅଧ୍ୟକ୍ଷଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ  ।