ସ୍ୱାସ୍ଥ୍ୟ ବିଭାଗରେ ୫-ଟି କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଦ୍ୱାରା ସ୍ଥରିକୃତ ୫-ଟି ମବର କାର୍ଯ୍ୟକାରିତା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସମୀକ୍ଷା କରାଯାଇଛି । ଚଳିତ ଜୁଲାଇ ମାସ ୨୭ ତାରିଖ ସୁଦ୍ଧା କଣ କଣ ପଦକ୍ଷେପ ଗ୍ରହଣ କରାଯାଇଛି ଗତକାଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଉପସ୍ଥାପିତ ହୋଇଥିଲା ।
ବୈଠକରେ ଅନଲାଇନ ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ ,ଆମ୍ବୁଲାନ୍ସ ସେବାର ଗୁଣାତ୍ମକ ଅନୁଧ୍ୟାନ , ସର୍ଭିସ ପ୍ରଦାନକାରୀଙ୍କଦ୍ୱାରା ପ୍ରଦାନ କରାଯାଉଥିବା ସେବା , ମହାପ୍ରୟାଣ ଯୋଜନା, ବୈଷୟିକ ଜ୍ଞାନକୌଶଳରେ ରୋଗନିରୂପଣ ସେବାର ଅନୁଧ୍ୟାନ , ରୋଗୀଙ୍କୁ ଅନଲାଇନ୍ରି ପୋର୍ଟ ପ୍ରଦାନ , ରୋଗୀଙ୍କ ଅଭିଯୋଗ ତଦାରଖ , ସୋସିଆଲ ମେଡିଆର ଅନୁଧ୍ୟାନ , ପୁରୁଣା ପ୍ରତିଷ୍ଠାନଗୁଡିକରେ ସେବାର ଉନ୍ନତିକରଣ , ନିର୍ମଳ ଯୋଜନାର ପ୍ରଭାବ , ସଂପର୍କରେ ଅନୁଧ୍ୟାନ , ରକ୍ତ ଭଣ୍ଡାରରେ ଥିବା ବିଭିନ୍ନ ଗୃପ୍ ରକ୍ତର ତାଜା ଗଛିତ ସ୍ଥିତି ,ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା , ରୋଗୀଙ୍କ ପାଇଁ ସ୍ୱାସ୍ଥ୍ୟମିତ୍ର ନିୟୋଜନ ଓ ହେଲ୍ପଡେସ୍କର ସୁଦୃଢୀକରଣ କରାଯିବା , ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କ ନିମନ୍ତେ ଗୋପବନ୍ଧୁ ଉକ୍ରୃଷ୍ଟ ପୁରସ୍କାର ବ୍ୟବସ୍ଥା , ପାରାମେଡିକାଲ କର୍ମଚାରୀ ନିଯୁକ୍ତି , ଡାକ୍ତର ଓ କର୍ମଚାରୀଙ୍କ ଉପସ୍ଥାନ ତଦାରଖ , ବିଭାଗର କାର୍ଯ୍ୟସମ୍ପାଦନ ସଂପର୍କରେ ସମୀକ୍ଷା ପାଇଁ ଜିଲ୍ଲାପାଳମାନଙ୍କ ସହ ତାରିଖ ଧାର୍ଯ୍ୟ , ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକରେ ସବୁପ୍ରକାର ଚିକିତ୍ସା ସୁବିଧା ଓ ହସପିଟାଲ କୋଠାବାଡିର ନିୟମିତ ରକ୍ଷଣାବେକ୍ଷଣ , ଲୋକଙ୍କୁ ଦିଆଯାଉଥିବା ସ୍ୱାସ୍ଥ୍ୟସେବାର ଇଲେକ୍ଟ୍ରୋନିକ୍ସ ମେଡିକାଲ ରିପୋର୍ଟ ଏବଂ ରୋଗୀ ଓ ତାଙ୍କ ସହଯୋଗୀଙ୍କ ମତାମତ ଆଦି ସଂପର୍କରେ ଆଲୋଚନା ହୋଇଥିଲା । ଉପରୋକ୍ତ ୧୫ ଟି କ୍ଷେତ୍ରରେ ୫-ଟି ସୂତ୍ର କିଭଳି ଲାଗୁ ହୋଇଛି ସେ ସଂପର୍କରେ ସବିଶେଷ ତଥ୍ୟ ମଧ୍ୟ ବୈଠକରେ ଉପସ୍ଥାପିତ କରାଯାଇଥିଲା ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୧ିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ , ରାଜ୍ୟ ମେଡିକାଲ ନିଗମ ଏମ୍.ଡି ୟାମିନୀ ଷଢଙ୍ଗୀଙ୍କ ସମେତ ବିଭାଗର ସମସ୍ତ ସ୍ୱତବ ସଚିବ , ଅତିରିକ୍ତ ସଚିବ , ଯୁଗ୍ମ ସଚିବ , ଉପସଚିବ , ନିର୍ଦ୍ଦେଶକମାନଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଯୋଗଦେଇଥିଲେ ।