କାଳିଆର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି

କଟକ:କଟକ ଏସସିବିରେ ଚିକିତ୍ସିତ ହେଉଛନ୍ତି କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗାକାଳିଆ । କାଳିଆର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି । ଆବଶ୍ୟକ ହେଲେ କାଳିଆକୁ ଭେଣ୍ଟିଲେଟରରେ ରଖାଯାଉଛି ବୋଲି କଟକ ଏସସିବି ନ୍ୟୁରୋ ସର୍ଜରୀ ଏଚ୍‌ଓଡି ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି । 

ଦିଲ୍ଲୀ ଏମସରୁ ଦୁଇ ଭାଇଙ୍କ ମୁଣ୍ଡ ଅଲଗା ହୋଇ କଟକ ଆସିବା ପରେ ଜଗା ପ୍ରାୟତଃ ସୁସ୍ଥ ରହିଛି । କିନ୍ତୁ କାଳିଆର ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଥିଲା । କାଳିଆର ଛାତିରେ ସଂକ୍ରମଣ ଓ ନିମୋନିଆ କାରଣରୁ ତାକୁ ଗୁରୁତର ଅବସ୍ଥାରେ ଭେଂଟିଲେଟରରେ ରଖାଯାଇଥିଲା । ତେବେ କାଳିଆର ସ୍ୱାସ୍ଥ୍ୟାବସ୍ଥାରେ ବର୍ତ୍ତମାନ ସାମାନ୍ୟ ସୁଧାର ଆସିଛି । ଏମ୍ସ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ କାଳିଆର ଚିକିତ୍ସା କରାଯାଇଥିଲା । ଆବଶ୍ୟକ ହେଲେ କାଳିଆକୁ ଭେଣ୍ଟିଲେଟରରେ ରଖାଯାଉଛି । ଖୁବ କମ ଦିନ ମଧ୍ୟରେ କାଳିଆର ବ୍ରେନ ଏମଆରଆଇ କରାଯିବ । ଏନେଇ କଟକ ଏସସିବି ନ୍ୟୁରୋ ସର୍ଜରୀ ଏଚ୍‌ଓଡି ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି । 

ଉଲ୍ଲେଖଯୋଗ୍ୟ, କଟକ ଏସସିବିରେ ଏକ ୧୪ ଜଣିଆ ଡାକ୍ତରୀ ଟିମ୍ କାଳିଆର ଅବସ୍ଥା ଉପରେ ନଜର ରଖିଛନ୍ତି । କାଳିଆର ସ୍ୱାସ୍ଥ୍ୟାରେ ଅବନତି ଘଟିବା ପରେ ଏମ୍ସ ଡାକ୍ତରଙ୍କ ନିକଟକୁ ଚିଠି ଲେଖାଯାଇଥିଲା । ସେଠାରୁ ପରାମର୍ଶ ଅଣାଯାଇ କାଳିଆର ଚିକିତ୍ସା ଚାଲିଥିଲା ।