ଗଞ୍ଜାମ ଜିଲ୍ଲାରେ ସମସ୍ତଙ୍କର ହେବ ସ୍ୱାସ୍ଥ୍ୟ ପରୀକ୍ଷା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ସବୁ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ସାମାଜିକ ଦୂରତ୍ୱକୁ ନଜରରେ ରଖି ଏହି ସବୁ କାମ କରାଯିବ । ତିନି ଦିନ ମଧ୍ୟରେ ରାଜ୍ୟରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଗଞ୍ଜାମ ଜିଲ୍ଲାରେ ୬ ହଜାରରୁ ଅଧିକ ରାଜସ୍ୱ ଗ୍ରାମ ଅଛି, ଆଉ ପ୍ରତି ରାଜସ୍ୱ ଗ୍ରାମ ପାଇଁ ୫ ଜଣିଆ ଟିମ ଗଠନ କରାଯିବ। ଏହି ଟିମ ରେ ଆଶା, ଅଙ୍ଗନବାଡି କର୍ମୀ, ଜିଆରଏସ, ଶିକ୍ଷକ ଓ ସ୍ୱାସ୍ଥ୍ୟ ସୁପର ଭାଇଜର ରହିବେ । ପ୍ରତି ଘର ପାଇଁ ଏକ ଫର୍ମ ତିଆରି କରାଯିବ ।

ଏହି ଟିମ ପ୍ରତି ଘର ବୁଲି ସେମାନଙ୍କ ନାମ, ଠିକଣା ଓ ଯଦି କାହାର ଲକ୍ଷଣ ଅଛି ତେବେ ଫର୍ମରେ ଉଲ୍ଲେଖ କରିବେ । ଯଦି ଏହି ଟିମ ଅନୁଭବ କରିବେ ଯେ କାହାର ଶରୀରରେ ଲକ୍ଷଣ ପ୍ରକାଶ ପାଇଛି ତେବେ ଜିଲ୍ଲା କଂଟ୍ରୋଲ ରୁମକୁ ଜଣାଇବେ । ଏହା ପରେ ତାଙ୍କର ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯିବ । ବ୍ଲକ ସ୍ତରରେ ବିଡ଼ିଓ, ଉପଖଣ୍ଡ ସ୍ତରରେ ଉପଜିଲ୍ଲାପାଳ ଏସବୁ ପ୍ରତି ନଜର ରଖିବେ । ଆସନ୍ତାକାଲିଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇ ତିନି ଦିନ ମଧ୍ୟରେ ସରିବ ବୋଲି ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏ ନେଇ ନେଇ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାର ଏପରି ନିଷ୍ପତି ନିଆଯାଇଛି ।