ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌ର ଏନ୍‌ଏସ୍‌ଏସ୍ ବ୍ୟୁରୋ ପକ୍ଷରୁ ଭୁବନେଶ୍ୱର ଉପକଣ୍ଠ ବାରଙ୍ଗ ନିକଟବର୍ତୀ ଗଣ୍ଡରପୁର ଗ୍ରାମରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଶନିବାର ଆୟୋଜିତ ହୋଇଯାଇଛି ।
ଶ୍ରୀ ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ଓ ବିଶେଶ୍ୱର ସେବା ସମିତି ସହଯୋଗରେ ସୋଆ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀମାନେ ଯୋଗ ଦେଇ ସ୍ୱାସ୍ଥ୍ୟସେବା ପ୍ରଦାନ କରିଥିଲେ । ଏହା ଦ୍ୱାରା ପ୍ରାୟ ୧୨୦ ଜଣ ରୋଗୀ ଉପକୃତ ହୋଇଥିଲେ ।
ଏହି ସ୍ୱାସ୍ଥ୍ୟସେବା ଶିବିରରେ ମାଗଣାରେ ବ୍ଲଡ ସୁଗାର ଏବଂ ବ୍ଲଡ ପ୍ରେସର ପରୀକ୍ଷା କରାଯିବା ସହ ଔଷଧ ବଂଟନ କରାଯାଇଥିଲା ।
ଆଇଏମ୍‌ଏସ୍‌ର ଡାକ୍ତର ସୌର୍ଯ୍ୟ ରଞ୍ଜନ ଦାସ, ଡାକ୍ତର ସାଇ ଅର୍ଚ୍ଚନା ମହାପାତ୍ର ଏବଂ ଡାକ୍ତର ଚନ୍ଦନ ରାୟଙ୍କ ସହିତ ଏସ୍‌ପିଏସ୍‌ର ଡାକ୍ତର ଶୋଭନ୍ ପଟ୍ଟନାୟକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାରେ ସହଯୋଗ କରିଥିଲେ ।
ସେହିପରି ଜ୍ୟୋର୍ତିମୟ ପାଣି, ଶଶି ଭୂଷଣ ଗୁପ୍ତା, ଅମ୍ଳାନ ସ୍ୱାଇଁ, ଅବିନାଶ ରଥ, ଜନ୍ମେଜୟ ଖଟୁଆ, ଶୃତି ସୁଧା ପାଣିଗ୍ରାହୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।