ଲାଂଚ ନେଇ ଧରାପଡିଲେ ପ୍ରଧାନ ଶିକ୍ଷୟିତ୍ରୀ

ଖୋର୍ଦ୍ଧା : ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷୟିତ୍ରୀ । ଦୁଇ ହଜାର ଟଙ୍କା ଲାଂଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ କଟକ ଜିଲ୍ଲା ତୁଳସୀପୁର ରଙ୍ଗଣିସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମୀପ୍ରିୟା ଶତପଥୀ ।

ଖବର ଅନୁଯାଇ, ସ୍ଥାନୀୟ ଉଦ୍ୟନାଥ ପ୍ରଧାନଙ୍କ ଏଲଆଇସିରେ ଦସ୍ତଖତ ଦେବାକୁ ଦୁଇ ହଜାର ଟଙ୍କା ଲାଂଚ ନେଉଥିବା ସମୟରେ ଧରିଛି ଭିଜିଲାନ୍ସ ଟିମ୍ । ପରେ ତାଙ୍କ ବାଙ୍କୀ ସ୍ଥିତ ଭଡାଘର ଓ ସାଲେପୁର ସ୍ଥିତ ପୈତୁକ ଘରେ ଭିଜିଲାନ୍ସ ଚଢାଉ ଜାରି ରଖିଥିବା ସୂଚନା ମିଳିଛି ।