ନିଲାମ ହେଲା ଦାଉଦ ଇବ୍ରାହିମର ଭଉଣୀ ହସିନାର ଫ୍ଲାଟ

ମୁମ୍ବାଇ: ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମର ଭଉଣୀ ହସିନା ପାରକରର ମୁମ୍ବଇ ନାଗପାଡ଼ାସ୍ଥିତ ଫ୍ଲାଟ୍‍ ସୋମବାର ୧.୮୦ କୋଟି ଟଙ୍କାରେ ନିଲାମ ହୋଇଯାଇଛି। ବିଦେଶ ମୁଦ୍ରା ବିନିମୟ ଓ ପରିଚାଳନା ଅଧିନିୟମ (ଫେମା) ଅନୁସାରେ ହସିନାଙ୍କ ଫ୍ଲାଟକୁ ଜବତ କରଯାଇଥିଲା। ସୋମବାର ଏହାର ନିଲାମ କରାଯାଇଛି। ଏହାର ପ୍ରାରମ୍ଭିକ ମୂଲ୍ୟ ୧.୬୯ କୋଟି ଟଙ୍କା ରଖାଯାଇଥିଲା। ଶେଷରେ ଏହା ୧.୮୦ କୋଟି ଟଙ୍କାରେ ନିଲାମ ହୋଇଛି।
ସୂଚନାଯୋଗ୍ୟ ଯେ ,ହସିନା ଏହି ଫ୍ଲାଟରେ ବାସ କରୁଥିଲେ, ୨୦୧୪ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଦେଶରୁ ଫେରାର ହେବା ପୂର୍ବରୁ ଦାଉଦ କିଛି ଦିନ ଏହି ଫ୍ଲାଟରେ ରହିଥିଲା। ଦାଉଦର ଭାଇ ଇକବାଲ କାସକରକୁ ଏହି ଫ୍ଲାଟରୁ ଗିରଫ କରାଯାଇଥିଲା। ଏହି ଫ୍ଲାଟକୁ କବ୍‍ଜାକୁ ନେବା ପାଇଁ ସିବିଆଇ ୧୯୯୭ରୁ ପ୍ରୟାସ ଆରମ୍ଭ କରିଥିଲା। କିନ୍ତୁ ମାମଲା ଅଦାଲତକୁ ଚାଲିଯିବା ପରେ ଏଥିରେ ବିଳମ୍ବ ହୋଇଥିଲା। ଏହି ସମୟ ମଧ୍ୟରେ ହସିନା ଉକ୍ତ ଫ୍ଲାଟରୁ ନିଜ କାରବାର ଚଳାଉଥିଲା। ପରେ ସୁପ୍ରିମକୋର୍ଟ ଏହି ଫ୍ଲାଟକୁ ଜବତ କରିବାକୁ ନିର୍ଦେଶ ଦେଇଥିଲା।