ହରିୟାଣା ନିର୍ବାଚନ: ବିଜେପି ଆଗୁଆ

ଚଣ୍ଡିଗଡ:ହରିଆଣାରେ ୯୦ ଟି ବିଧାନସଭା ଆସନ ପାଇଁ ଭୋଟ ଗଣତି ଜାରି ରହିଛି । ଶେଷ ଖବର ସୁଧା ବିଜେପି ହରିୟାଣାରେ ବହୁମତ ପାଇବା ନେଇ ସମ୍ଭାବନା ଅଧିକ ରହିଛି । କାରଣ ଦଳ ଏବେ ସୁଧା ପ୍ରାୟ ୪୨ଟି ଆସନରେ ଆଗୁଆ ରହିଛି । ସେହପରି କଂଗ୍ରେସ ୨୪ଟି ଓ ଅନ୍ୟ ଦଳ ୧୬ଟି ଆସନରେ ଆଗୁଆ ଅଛନ୍ତି । 

ବିଭିନ୍ନ ଏକଜିଟ୍ ପୋଲରେ ହରିୟାଣାରେ ବିଜେପି ପୁଣି କ୍ଷମତାକୁ ଆସିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା । ସମସ୍ତ ସଂସ୍ଥାର ଏକଜିଟ୍ ପୋଲରେ ବିଜେପି ଭଲ ପ୍ରଦର୍ଶନ କରୁଥିବା ସ୍ପଷ୍ଟ ହୋଇଥିଲା । ସେହିପରି କଂଗ୍ରେସକୁ ଝଟକା ଲାଗିବା ନେଇ ମଧ୍ୟ ରିପୋର୍ଟ ପ୍ରକାଶ ପାଇଥିଲା । 

ତେବେ ବିଜେପି ବହୁମତ ଆଡକୁ ବଢିଥିବା ବେଳେ ବିଜେପି ଶିବିରରେ ଆନନ୍ଦ ଖେଳିଯାଇଛି । ଦଳୀୟ କର୍ମୀ ଓ ନେତା ବିଜୟକୁ ମନାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।