ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ କରୋନା

ହରିୟାଣା: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି । ଏନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି ।

ସେ ଟୁଇଟ୍ କରି ଲେଖିଛନ୍ତି, ମୁଁ ମୋର କରୋନା ଟେଷ୍ଟ କରିଥିଲି । ଆଜି ତାର ରିପୋର୍ଟ ପଜିଟିଭ ଆସିଛି । ଗତ ଗୋଟିଏ ସପ୍ତାହ ଭିତରେ ମୋ ସଂସ୍ପର୍ଶରେ ଆସିଥିବା ମୋର ସମସ୍ତ ସହଯୋଗୀ ଓ କର୍ମକର୍ତ୍ତା ନିଜର ପରୀକ୍ଷା କରାଇ ନିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି । ସେହିପରି ତାଙ୍କ ସହ ଅଙ୍ଗାଅଙ୍ଗି ଭାବେ ଜଡିତ ଥିବା ଲୋକଙ୍କୁ ତୁରନ୍ତ କ୍ୱାରେଂଟାଇନ୍‌ରେ ଯିବାକୁ ସେ ଅନୁରୋଧ କରିଛନ୍ତି ।

ଗତ ୨୬ ତାରିଖରେ ହରିୟାଣା ବିଧାନସଭା ନିର୍ବାଚନ ଅଧିବେଶନ ଆରମ୍ଭ ହେବ । ଏହା ପୂର୍ବରୁ ଗୃହରେ ଯୋଗ ଦେବାକୁ ଥିବା ସଦସ୍ୟଙ୍କ କରୋନା ଟେଷ୍ଟ କରାଯାଉଛି । ଆଜି ଏହି ଟେଷ୍ଟ ବେଳେ ମୁଖ୍ୟମନ୍ତ୍ରୀଙ୍କ ରିପୋର୍ଟ ପଜିଟିଭ ଆସିଛି ।