ହରିୟାଣା ନିର୍ବାଚନ: ଦ୍ଵିପ୍ରହର୨ଟା ୩୦ ମଧ୍ୟରେ ୩୭.୨୪ ପ୍ରତିଶତ ମତଦାନ

ନୂଆଦିଲ୍ଲୀ :ହରିୟାଣାରେ ୯୦ଟି ଆସନରେ ଆଜି ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଜାରୀ ରହିଛି। ଶାନ୍ତିପୂର୍ଣ୍ଣ ଉପାୟରେ ମତଦାନ ଚାଲିଛି। ମତଦାନ ପ୍ରକ୍ରିୟାକୁ ନେଇ ସକାଳୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ସେହି ସମୟରେ ବିଜେପି ୭୫+ ଆସନରେ ବିଜୟୀ ହେବ ବୋଲି ବିଶ୍ଵାସ ରଖିଛି। ଦେଖିବାକୁ ଗଲେ ରାଜ୍ୟରେ ଦ୍ଵିପ୍ରହର ୨ଟା ୩୦ ମଧ୍ୟରେ ୩୭.୨୪ ପ୍ରତିଶତ ମତଦାନ ହୋଇଛି। 

ହରିୟାଣାରେ ମୁଖ୍ୟତଃ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଚାଲିଛି। ସେହି ସମୟରେ କିଛି ଆସନରେ ଜେଜେପି, ବିଜେପି ଓ କଂଗ୍ରେସ ମଧ୍ୟରେ କଡା ମୁକାବିଲା ହୋଇଛି। ୯୦ଟି ଆସନରୁ ସମୁଦାୟ ୧୧୬୯ ପ୍ରର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେଉଛି। ସେମାନଙ୍କ ମଧ୍ୟରୁ ୧୦୪ ମହିଳା ପ୍ରାର୍ଥୀ ଅଛନ୍ତି। ତେବେ ଦେଖିବାକୁ ଗଲେ ସମୁଦାୟ ୧.୮୩ କୋଟି ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରେ ୮୫ ଲକ୍ଷ ମହିଳା ଭୋଟର ଅଛନ୍ତି। ଏହି ଭୋଟରମାନେ ପ୍ରାର୍ଥୀଙ୍କର ଭାଗ୍ୟ ନିରୂପଣ କରିବେ। ରାଜ୍ୟରେ ସମୁଦାୟ ୧୯,୫୭୮ଟି ପୋଲିଙ୍ଗ୍ ବୁଥ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ୭୫୦୦୦ରୁ ଅଧିକ ଯବାନଙ୍କୁ ନିୟୋଜିତ କରାଯାଇଛି।