“ହ୍ୟାରି ପୋଟର” ଲେଖିକାଙ୍କ ଆଗରେ ହାର ମାନିଲା କରୋନା

ନୂଆଦିଲ୍ଲୀ: ବିଶ୍ୱ ପ୍ରସିଦ୍ଧ ସିରିଜ୍ “ହ୍ୟାରି ପୋଟର” ଲେଖିକା ଜେ.କେ ରୋଲିଂ ମହାମାରୀ କରୋନା ଭାଇରସରୁ ସୁସ୍ଥ ହୋଇଛନ୍ତି । ଦୀର୍ଘ ଦୁଇ ସପ୍ତାହ ପରେ କୋଭିଡ-୧୯ରୁ ମୁକ୍ତି ପାଇଛନ୍ତି ବୋଲି ଏହି ପ୍ରସିଦ୍ଧ ଲେଖିକା ତାଙ୍କ ଟ୍ୱିଟର ଆକାଉଂଟରେ ପ‌ୋଷ୍ଟ୍‌ କରି ଜଣାଇଛନ୍ତି।

ସେ  ଏକ ଟ୍ୱିଟ କରି ଲେଖିଛନ୍ତି, ‘ଯଦିଓ ମୁଁ ପରୀକ୍ଷା କରିନାହିଁ ତଥାପି ବି ଗତ ଦୁଇ ସପ୍ତାହ ତଳୁ ମୋ ଭିତରେ କରୋନା ଭାଇରସ୍‌ର ସମସ୍ତ ଲକ୍ଷଣ ଦେଖିବାକୁ ମିଳିଥିଲା। ମୁଁ କୁଇନ୍‌ ହସ୍ପିଟାଲ୍‌ର ଏକ ୟୁଟ୍ୟୁବ୍‌ ଭିଡିଓ ଦେଖିଲି, ଯେଉଁଥିରେ କରୋନାକୁ କିପରି ହରାଇ ହେବ ତାହାର କୌଶଳ ପ୍ରଦର୍ଶିତ ‌ହୋଇଥିଲା। ତାହାକୁ ଦେଖିବା ପରେ ମୁଁ ଭିଡିଓରେ କୁହାଯାଇଥିବା ଟିପ୍ସ ସବୁ ଆପଣେଇଥିଲି। ଦୁଇ ସପ୍ତାହ ମଧ୍ୟରେ ସଂପୂର୍ଣ୍ଣ ସୁସ୍ଥ ହୋଇଗଲି।’

ଭିଡିଓରେ ନିଶ୍ୱାସ ନେବାର କୌଶଳ ବା ବ୍ରିଦିଂ ଟେକ୍‌ନୋଲୋଜିର ସଂପର୍କରେ କହୁଥିବା ବ୍ୟକ୍ତି ଜଣକ ହେଉଛନ୍ତି କୁଇନ୍‌ ହସ୍ପିଟାଲ୍‌ର ଡାକ୍ତର ତଥା ଜେକେ ରୋଲିଂଙ୍କ ସ୍ୱାମୀ।  ନିଜ ସ୍ୱାମୀଙ୍କ କଥା ଅନୁସାରେ ଚଳି ରୋଲିଂ ସୁସ୍ଥ ହେବା ପରେ ଅନ୍ୟମାନଙ୍କ ପାଇଁ ଭିଡିଓଟିକୁ ସେୟାର୍‌ କରିଛନ୍ତି। ଏହି ଭିଡିଓଟିକୁ ଦେଖିବା ପାଇଁ ଆପଣଙ୍କୁ କୌଣସି ଦେୟ ଦେବାକୁ  ପଡ଼ିବ ନାହିଁ ଓ ଏହାର କୌଣସି ପାଶ୍ୱର୍ ପ୍ରଭାବ ନାହିଁ ବୋଲି ଜେକେ ରୋଲିଂ ଜଣାଇଛନ୍ତି।