ପୁଣି ରାଜ୍ୟସଭାର ଉପାଧ୍ୟକ୍ଷ ହେଲେ ହରିବଂଶ

ନୂଆଦିଲ୍ଲୀ: ଜେଡିୟୁର ହରିବଂଶ ନାରାୟଣ ସିଂହ ରାଜ୍ୟ ସଭାର ନୂଆ ଉପାଧ୍ୟକ୍ଷ । ନୂଆ ଉପାଧ୍ୟକ୍ଷ ଭାବେ ପୁଣିଥରେ ନିର୍ବାଚିତ ହୋଇଛନ୍ତି । ମୌଖିକ ଭୋଟରେ ତାଙ୍କୁ ନିର୍ବାଚିତ କରାଯାଇଛି । ତେବେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ହରିବଂଶଙ୍କ ନାଁ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ ସମର୍ଥନ ମିଳିଥିବା ବେଳେ ଏନ୍‌ଡିଏ ପ୍ରାର୍ଥୀ ଭାବେ ବିଜୟ ଲାଭ କରିଛନ୍ତି ହରିବଂଶ ।

ଏହି ପଦବୀ ପାଇଁ ହରିବଂଶଙ୍କ ବିପକ୍ଷରେ ବିରୋଧୀଙ୍କ ପକ୍ଷରୁ ମନୋଜ ଝା’ଙ୍କୁ ପ୍ରାର୍ଥୀ କରାଯାଇଥିଲା । ମନୋଜ ଆରଜେଡି ଦଳର ସଦସ୍ୟ । ତେବେ ହରିବଂଶ ଉତ୍ତରପ୍ରଦେଶରୁ ହୋଇଥିବା ବେଳେ ଉଭୟ ହରିବଂଶ ଓ ମନୋଜ ବିହାରରୁ ରାଜ୍ୟସଭା ସାଂସଦ ଅଛନ୍ତି । ତେବେ ହରିବଂଶ ଦୀର୍ଘ ଦିନ ଧରି ସାମ୍ବାଦିକ କ୍ଷେତ୍ରରେ କାମ କରିଛନ୍ତି ।

ହରିବଂଶ ରାଜ୍ୟସଭାର ନୂଆ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ତାଙ୍କୁ ବିଭିନ୍ନ ଦଳର ନେତାମାନେ ଶୁଭେଚ୍ଛା ଜଣାଇଛନ୍ତି । ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ହରିବଂଶଙ୍କୁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ପ୍ରଶଂସା କରିଛନ୍ତି ।