ବାପା ହେଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ: ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ପତ୍ନୀ ନତାସା ଷ୍ଟାନକୋଭିକ୍ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ଏନେଇ ନିଜେ ଟୁଇଟ ରେ ସୂଚନା ଦେଇଛନ୍ତି ହାର୍ଦ୍ଦିକ ।

 

View this post on Instagram

 

We are blessed with our baby boy ❤️🙏🏾

A post shared by Hardik Pandya (@hardikpandya93) on

ସେ ଏକ ଟୁଇଟ କରି ଲେଖିଛନ୍ତି, ‘‘ଶିଶୁପୁତ୍ର ସହିତ ଆମେ ଆଶୀର୍ବାଦ ପ୍ରାପ୍ତ ହେଲୁ । ’’ ତେବେ ଶିଶୁଟିର ହାତର ଏକ ଛବି ପାଣ୍ଡ୍ୟା ନିଜ ଟୁଇଟ ର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ତେବେ ବଡଦୋରାର ଏକ ଘରୋଇ ହସ୍ପିଟାଲରେ ଡେଲିଭରି ହୋଇଥିବା ସୂଚନା ରହିଛି ।

ତେବେ ଗତ ମେ ମାସରେ ତାଙ୍କ ପରିବାରକୁ ଏକ ୩ ୟ ସନ୍ତାନ ଆସୁଛି ବୋଲି ଘୋଷଣା କରିଥିଲେ ପାଣ୍ଡ୍ୟା ଓ ପତ୍ନୀ ନତାସା । ମେ ମାସରେ ହାର୍ଦ୍ଦିକ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଥିଲେ, “ନତାସା ଏବଂ ମୋର ସଂପର୍କ ଦୀର୍ଘ ଦିନରୁ ଗଢି ଉଠିଛି । ତେବେ ଆମେ ଏକତ୍ର ଆମ ଜୀବନରେ ଏକ ନୂତନ ସଦସ୍ୟକୁ ସ୍ୱାଗତ କରିବାକୁ ଉତ୍ସାହିତ ରହିଛୁ । ଏହି ପର୍ଯ୍ୟାୟ ପାଇଁ ଆମେ ଆନନ୍ଦିତ । ଏଥି ପାଇଁ ଆପଣମାନଙ୍କର ଆଶୀର୍ବାଦ ଆବଶ୍ୟକ । ଏହାପରେ ପ୍ରଥମେ ଭାରତର ଅଧିନାୟକ ବିରାଟ କୋହଲି ପାଣ୍ଡ୍ୟାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେହିପରି ଭାରତୀୟ ଦଳର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ମଧ୍ୟ ପାଣ୍ଡ୍ୟାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ଏହାପୂର୍ବରୁ ହାର୍ଦ୍ଦିକ ସୋସିଆଲ ମିଡିଆ ମାଧ୍ୟମରେ ନତାସାଙ୍କ ସହ ତାଙ୍କର ସମ୍ପର୍କ ବିଷୟରେ ଖୁଲାସା କରିଥିଲେ । ଜାନୁଆରୀ ୧ ରେ, ହାର୍ଦ୍ଦିକ ନତାସାଙ୍କୁ ପ୍ରପୋଜ କରୁଥିବାର ଏକ ଫଟୋ ହାର୍ଦ୍ଦିକ ସେୟାର କରିଥିଲେ । ଏହାର କ୍ୟାପସନରେ ଲେଖାଥିଲା, ‘‘ମୁଁ ତୁମର ଓ ତମେ ମୋର, ଏ କଥା ଜାଣୁ ସାରା ହିନ୍ଦୁସ୍ତାନ ।’’