ହଣ୍ଡଓ୍ଵାରାଠାରେ ଗୁଳିବିନିମୟ: ୫ ସୁରକ୍ଷା କର୍ମଚାରୀ ସହିଦ, ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ବାବଗୁଣ୍ଡ୍‌ ଅନ୍ତର୍ଗତ ହଣ୍ଡଓ୍ଵାରା ଠାରେ ଆତଙ୍କବାଦୀମାନଙ୍କ ସହ ତିନି ଦିନ ଧରି ଚାଲିଥିବା ଗୁଳି ବିନମୟ କାରଣରୁ ପାଞ୍ଚଜଣ ସୁରକ୍ଷା କର୍ମଚାରୀ ସହିଦ ଓ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସହିଦ ଯବାନଙ୍କ ମଧ୍ୟରୁ ତିନି ଜଣ ହେଉଛନ୍ତି ସିଆର୍‌ପିଏଫ୍‌ର ଏବଂ ଅନ୍ୟ ଦୁଇ ଜଣ ହେଉଛନ୍ତି ଜମ୍ମୁ ଓ କଶ୍ମୀର ପୁଲିସର କର୍ମଚାରୀ। ହତ ହୋଇଥିବା ତୃତୀୟ ସିଆର୍‌ପିଏଫ୍‌ ଯବାନଙ୍କର ରବିବାର ସକାଳେ ଦେହାନ୍ତ ଘଟିଛି। ଖବର ଅନୁସାରେ, ଦୁଇ ଜଣ ଆତଙ୍କବାଦୀ ମଧ୍ୟ ଏହି ଗୁଳିବିନିମୟ ସମୟରେ ନିହତ ହୋଇଛନ୍ତି।