ଜୁଲାଇ ୧୫ରେ ଲଂଚ ହେବ ଚନ୍ଦ୍ରାୟନ-୨: ପ୍ରଥମ ଫଟୋ ଜାରି କଲା ଇସ୍ରୋ

ନୂଆଦିଲ୍ଲୀ: ଜୁଲାଇ ୧୫ରେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥାନ ଚନ୍ଦ୍ରାୟନ ୨ ଲଂଚ୍ କରିବାକୁ ଯାଉଛି । ଆଜି ଏହାର ଫଟୋ ଇସ୍ରୋ ୱେବସାଇଟ୍ ପକ୍ଷରୁ ଜାରୀ କରାଯାଇଛି । ପାଖାପାଖି ୧ହଜାର କୋଟି ଟଙ୍କା ବିନିଯୋଗ କରାଯାଇଥିବା ଏହି ମିଶନକୁ ଜିଏସଏଲବି ଏମକେ-୩ ରକେଟ୍ ଲଂଚ୍ କରାଯିବ । ଏହାର ଓଜନ ୩୮୦୦ କିଲୋ । ଏଥିରେ ୩ ମଡ୍ୟୁଲ ଆର୍ବିଟର, ଲେଣ୍ଡର ଏବଂ ରୋବର ରହିବ ।

ଇସ୍ରୋର ଅଧ୍ୟକ୍ଷ ଡକ୍ଟର କେ ସିବାନ ଭାରତୀୟ ଇନଷ୍ଟିଚ୍ୟୁଟ ଅଫ୍ ସ୍ପେସ୍ ସାଇନ୍ସ ଆଣ୍ଡ ଟେକନୋଲୋଜିର ସପ୍ତମ ଦୀକ୍ଷାନ୍ତ ସମାରୋହରେ କହିଛନ୍ତି କି, ଚନ୍ଦ୍ରାୟନ-୨ ପ୍ରକ୍ଷେପଣ ଯାନ ସହ ଏକୀକୃତ କରାଯାଇଛି । ଏହାକୁ ରବିବାର ଦିନ ଲଂଚ୍ ପ୍ୟାଡକୁ ନିଆଯିବ । ମିଶନର ସଫଳତା ପରୀକ୍ଷଣ କରିବା ପାଇଁ ଅପରେଶନାଲ ପ୍ରସ୍ତୁତି ଗୁଡିକ ଜୁଲାଇ ୧୩ରେ ଯାଂଚ୍ କରାଯିବ । 

କେ ସେବନ କହିଛନ୍ତି କି, ଚନ୍ଦ୍ରାୟନ ୨ଜରିଆରେ ଇସ୍ରୋ ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ପହଁଚିବ । ଯେଉଁଠାକୁ ଆଜି ପର୍ଯ୍ୟନ୍ତ କେହି ପହଁଚି ନାହାଁନ୍ତି । ଏହି ଚନ୍ଦ୍ରାୟନ ସେପ୍ଟେମ୍ବର ୬କିମ୍ବା ୭ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଯଦି ଏହା ସଫଳ ହୁଏ ତେବେ ଭାରତ ଚନ୍ଦ୍ରପୃଷ୍ଠରେ ପହଁଚିଥିବା ଚତୁର୍ଥ ରାଷ୍ଟ୍ର ରୂପରେ ପରିଗଣିତ ହେବ । ଏହା ପୂର୍ବରୁ ଆମେରିକା, ଋଷ, ଚୀନ ଚନ୍ଦ୍ରପୃଷ୍ଠକୁ ପଠାଇ ସାରିଛନ୍ତି । କିନ୍ତୁ କୌଣସୀ ରାଷ୍ଟ୍ର ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ପହଁଚି ନାହାଁନ୍ତି । 

ଚନ୍ଦ୍ରାୟନ-୨ର ବିଶେଷ ରୋବର ପ୍ରଜ୍ଞାନ ପାଇଁ କେତେକ ଟେକନିକ୍ ଆଇଆଇଟି କାନପୁରରେ ପ୍ରସ୍ତୁତ କରାଯାଇଛି । ଏଥିରେ ସବୁଠାରୁ ମୁଖ୍ୟ ହେଉଛି ମୋଶନ ପ୍ଲାନିଙ୍ଗ୍ । ଅର୍ଥାତ୍ ଚନ୍ଦ୍ରପୃଷ୍ଠରେ ରୋବର କେମିତି, କେତେବେଳେ ଏବଂ କେଉଁଠାକୁ ଯିବ । ବିଗତ ୧୦ ବର୍ଷ ମଧ୍ୟରେ ଭାରତ ଦ୍ୱିତୀୟ ଥର ପାଇଁ ମିଶନ ପ୍ରସ୍ତୁତ କରିଛି । ଯାହାକି ଗୌରବର ବିଷୟ । ଏହା ପୂର୍ବରୁ ଚନ୍ଦ୍ରାୟନ-୧ ଭାରତ ୨୦୦୯ରେ ପଠାଇଥିଲା ।