ରାଜ୍ୟସଭା ସଦସ୍ୟ ଭାବରେ ଶପଥ ନେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବଗୌଡା

ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡା ରାଜ୍ୟସଭାର ସଦସ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି। ସମ୍ପ୍ରତି ରାଜ୍ୟସଭା ନିର୍ବାଚନରେ ​​ସେ କର୍ଣ୍ଣାଟକରୁ ବିଜୟ ହାସଲ କରିଥିଲେ। ଜୁନ୍ ୧୯ରେ କର୍ଣ୍ଣାଟକର ଚାରିଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, କାରଣ ଏହି ଆସନଗୁଡ଼ିକର ସାଂସଦଙ୍କ କାର୍ୟ୍ୟକାଳ ଜୁନ ୨୫ରେ ଶେଷ ହେବାକୁ ଯାଉଥିଲା।

ରାଜ୍ୟରେ ବାଚସ୍ପତିଙ୍କ ସମେତ ମୋଟ ୧୧୭ ସଦସ୍ୟ ଅଛନ୍ତି। ଯେଉଁଥିରେ ବିଜେପି ଦୁଇଟି ଆସନ ଜିତିଥିଲା ଏବଂ ଜନତା ଦଳ(ସିକ୍ୟୁଲାର)ର ନେତା ଏଚଡି ଦେବ ଗୌଡା ବିଜୟ ହାସଲ କରି ରାଜସଭାକୁ ନିର୍ବାଚିତ ହୋଇଥିଲେ। ଆଜି ସେ ଶପଥ ଗ୍ରହଣ କରିବା ପରେ ଚେୟାରମ୍ୟାନ୍ ଏମ ଭେଙ୍କୟା ନାଇଡୁ ତାଙ୍କୁ ଗୃହରେ ସ୍ୱାଗତ କରିଥିଲେ। ୧୯୯୬ରେ ସେ ଦେଶର ଏକାଦଶ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଏହାପୂର୍ବରୁ ସେ ୧୯୯୪ ରୁ ୧୯୯୬ପର୍ୟ୍ୟନ୍ତ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଥିଲେ।