ମୁଖ୍ୟମନ୍ତ୍ରୀ ଲୋକାର୍ପିତ କଲେ ସମ୍ପର୍କର ସେତୁ ଗୁରୁପ୍ରିୟା

ମାଲକାନାଗିରି  : ବହୁ ଦିନ ପ୍ରତିକ୍ଷାର ହେଲା ଅନ୍ତ । ଲୋକାର୍ପିତ ହେଲା ସମ୍ପର୍କର ସେତୁ ଗୁରୁପ୍ରିୟା । କଡା ସୁରକ୍ଷା ବଳୟ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗୁରୁପ୍ରିୟା ସେତୁକୁ ଉଦଘାଟନ କରିଛନ୍ତି । ଉଦ୍ ଘାଟନ ଅବସରରେ ବିକାଶ ସ୍ରୋତରେ ସାମିଲ ହେବା ପାଇଁ ମାଓବାଦୀଙ୍କୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।କହିଛନ୍ତି ଆସନ୍ତୁ ବିକାଶ ପଥରେ ସାମିଲ ହୁଅନ୍ତୁ । ଶାନ୍ତି ଓ ପ୍ରଗତିରେ ନିଜକୁ ସାମିଲ କରନ୍ତୁ ।  ଏହି ସେତୁକୁ ନିର୍ମାଣ କରିବାକୁ ଖର୍ଚ୍ଚ ହୋଇଛି ୧୮୭ କୋଟି ଟଙ୍କା । ଏହାର ଲମ୍ବ ୯୧୦ ରହିଛି । ଗୁରୁପ୍ରିୟା ସେତୁ ହେବା ଦ୍ବାରା ବିଛିନ୍ନାଞ୍ଚଳ ଭାବେ ପରିଚିତ ୮ଟି ପଞ୍ଚାୟତର ୧୫୧ଟି ଗାଁର ଲୋକେ ଜଲବନ୍ଦିରୁ ମୁକ୍ତି ପାଇବେ । ଗୁରୁପ୍ରିୟା ସେତୁ ଉଦଘାଟନ କରିବା ସହ ମାଲକାନଗିରି ଜିଲ୍ଲା ସଦର ଠାରେ ୭ ମହଲା ବିଶିଷ୍ଟ ନୂତନ ମେଡିକାଲ ଏବଂ ୪୮ଟି ନୂଆ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପରେ ସ୍ଥାନୀୟ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ନବୀନ ସାଧାରଣ ଲୋକଙ୍କ ସହ ପ୍ରଥମ ଥର ଲାଗି ସିଧା ସଳଖ କଥା ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।