୬୫ତମ ଫିଲ୍ମ ଫେୟାର ଆୱାର୍ଡ: ଶ୍ରେଷ୍ଠ ଫିଲ୍ମ ‘ଗଲି ବୟ’, ଶ୍ରେଷ୍ଠ ଅଭିନେତା ରଣବୀର, ଅଭିନେତ୍ରୀ ଆଲିୟା

ଗୁଆହାଟୀ: ୬୫ତମ ଆମଜନ୍ ଫିଲ୍ମ ଫେୟାର ଆୱାର୍ଡ ଗୁଆହାଟୀରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶ୍ରେଷ୍ଠ ଫିଲ୍ମ ଭାବେ ବାଜି ମାରିଛି “ଗଲି ବୟ” । ଶ୍ରେଷ୍ଠ ଅଭିନେତା ଭାବେ ରଣବୀର ସିଂହ ଏବଂ ଶ୍ରେଷ୍ଠ ଅଭିନେତ୍ରୀ ଭାବେ “ଆଲିୟା ଭଟ୍ଟ” ଙ୍କୁ ଫିଲ୍ମ ଗଲି ବୟ ପାଇଁ ସମ୍ମାନିତ କରାଯାଇଛି । ଏଥର ଫିଲ୍ମଫେୟାର ଉତ୍ସବକୁ ହୋଷ୍ଟ୍ କରିଥିଲେ କରଣ ଜୋହର, ଭିକ୍କି କୌଶଲ ଓ ବରୁଣ ଧୱନ। ଆଉ ଏଥିରେ ଲୋକଙ୍କ ମନୋରଞ୍ଜନ କରିଥିଲେ ଅକ୍ଷୟ କୁମାର, ରଣବୀର ସିଂହ, ଆୟୁଷ୍ମାନ ଖୁରାନା ଓ କାର୍ତିକ ଆର୍ଯ୍ୟନ।

ଜୋୟା ଅଖତର ଗଲି ବୟ’ ଫିଲ୍ମ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଫିଲ୍ମଫେୟାର ପୁରସ୍କାର ପାଇଛନ୍ତି। ‘ଗଲି ବୟ’ର ଗୀତ ‘ଆପ୍‌ନା ଟାଇମ୍ ଆୟେଗା’ ପାଇଁ ଡିଭାଇନ୍ ଓ ଅଙ୍କୁର ତିୱାରୀ ‘ଶ୍ରେଷ୍ଠ ଗୀତିକାର’ ଭାବେ ଫିଲ୍ମଫେୟାର ଆୱାର୍ଡ ପାଇଛନ୍ତି। ‘ଶ୍ରେଷ୍ଠ ଚିତ୍ରନାଟ୍ୟ’ ପାଇଁ ରୀମା କଗତି ଓ ଜୋୟା ଅଖତର ଏବଂ ‘ଶ୍ରେଷ୍ଠ ସଂଳାପ’ ପାଇଁ ବିଜୟ ମୌର୍ଯ୍ୟ ଏହି ସମ୍ମାନଜନକ ପୁରସ୍କାର ପାଇଛନ୍ତି। ସେହିଭଳି ସିଦ୍ଧାନ୍ତ ଚତୁର୍ବେଦି ଓ ଅମୃତା ସୁଭାଷଙ୍କୁ ଯଥାକ୍ରମେ ଶ୍ରେଷ୍ଠ ସହ ଅଭିନେତା ଓ ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବେ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ଅନ୍ୟପକ୍ଷରେ ଫିଲ୍ମ ‘Article 15’ ପାଇଁ ଆୟୁଷ୍ମାନ ଖୁରାନାଙ୍କୁ ଶ୍ରେଷ୍ଠ ଅଭିନେତା (କ୍ରିଟିକ୍ସ) ପୁରସ୍କାର ମିଳିଛି। ସେହିଭଳି ‘ସାଣ୍ଢ କି ଆଁଖ’ ପାଇଁ ଭୂମି ପେଡନେକର ଓ ତାପସୀ ପନ୍ନୁଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ (କ୍ରିଟିକ୍ସ) ପୁରସ୍କାର ମିଳିଛି। ସେହିପରି ରମେଶ ସିପ୍ପୀଙ୍କୁ ଫିଲ୍ମଫେୟାର ‘ଲାଇଫ୍‌ଟାଇମ୍ ଆଚିଭମେଂଟ ଆୱାର୍ଡ’ ପ୍ରଦାନ କରାଯାଇଛି।ତେବେ ଆଉ କିଏ କେଉଁଥି ପାଇଁ ପାଇଲା ଜାଣନ୍ତୁ……

ଶ୍ରେଷ୍ଠ ଫିଲ୍ମ (କ୍ରିଟିକ୍ସ)
Article 15 (ଅନୁଭବ ସିହ୍ନା)
ସୋଂଚିରିୟା (ଅଭିଷେକ ଚୌବେ)

ଶ୍ରେଷ୍ଠ ମ୍ୟୁଜିକ୍ ଆଲ୍‌ବମ୍‌
‘ଗଲି ବୟ’ (ଜୋୟା ଅଖତର, ଅଙ୍କୁର ତିୱାରୀ)
କବୀର ସିଂହ (ମିଥୁନ୍‌, ଅମାଲ ମଲ୍ଲିକ, ବିଶାଲ ମିଶ୍ରା, ସଚେତ-ପରମ୍ପରା ଓ ଅଖିଲ ସଚଦେବ)

ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ
ଅରିଜିତ୍ ସିଂହ- କଲଙ୍କ ନହିଁ (କଲଙ୍କ)
ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା
ଶିଳ୍ପା ରାଓ- ଘୁଙ୍ଗୁରୋ (ୱାର୍)

ଶ୍ରେଷ୍ଠ ଡେବ୍ୟୁ ନିର୍ଦ୍ଦେଶକ
ଆଦିତ୍ୟ ଧର୍ – ‘ଉରି: ଦ ସର୍ଜିକାଲ୍ ଷ୍ଟ୍ରାଇକ୍‌’

ଶ୍ରେଷ୍ଠ ଡେବ୍ୟୁ ଅଭିନେତା
ଅଭିମନ୍ୟୁ ଦସାନି- ମର୍ଦ କୋ ଦର୍ଦ ନହିଁ ହୋତା

ଶ୍ରେଷ୍ଠ ଡେବ୍ୟୁ ଅଭିନେତ୍ରୀ
ଅନନ୍ୟା ପାଣ୍ଡେ- ଷ୍ଟୁଡେଂଟ ଅଫ୍ ଦ ଇୟର ୨ ଓ ପତି ପତ୍ନୀ ଔର ୱ

ବେଷ୍ଟ୍ ଅରିଜିନାଲ୍ ଷ୍ଟୋରୀ
‘ଇକ୍ସଗ୍ଧସମକ୍ଷର ୧୫’- ଅନୁଭବ ସିହ୍ନା ଓ ଗୌରବ ସୋଲାଙ୍କି

ଏକ୍ସେଲେନ୍ସ ଇନ୍ ସିନେମା
ଗୋବିନ୍ଦା

ଆର୍‌ଡି ବର୍ମନ ଆୱାର୍ଡ ଫର୍ ଅପ୍‌କମିଂ ମ୍ୟୁଜିକ୍ ଟ୍ୟାଲେଂଟ
ଶାଶ୍ୱତ ସଚଦେବ- ଉରି