“ଗୁଲାବୋ ସିତାବୋ”ର ଫାଷ୍ଟ ଲୁକ୍ ଆଉଟ୍‌

ମୁମ୍ବାଇ: ଆୟୁଷ୍ମାନ୍ ଖୁରାନାଙ୍କ ଫିଲ୍ମ “ବାଲା” ରିଲିଜ୍ ନ ହେବା ପୂର୍ବରୁ ତାଙ୍କ ଫ୍ୟାନ୍ସଙ୍କ ପାଇଁ ରହିଛି ଖୁସି ଖବର । ତେବେ ତାଙ୍କର ଅପକମିଂ ଫିଲ୍ମ “ଗୁଲାବୋ ସିତାବୋ”ର ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି । ଯେଉଁଥିରେ ଆୟୁଷ୍ମାନ୍ ଖୁରାନା ଏବଂ ଅମିତାଭ ବଚ୍ଚନଙ୍କୁ ଏକାସହିତ ଦେଖିବାକୁ ମିଳିଛି । ତେବେ ପୂର୍ବରୁ ଏହି ଫିଲ୍ମରେ ଅମିତାଭଙ୍କ ଲୁକ୍ ଦେଖିବାକୁ ମିଳିଥିଲା । ଏହି ଫାଷ୍ଟ ଲୁକ୍ ରେ ଆୟୁଷ୍ମାନ୍ ଏକ ହଳଦିଆ ରଙ୍ଗର ସାଧାରଣ ସାର୍ଟ ସହ ଏକ ଧଳା ରଙ୍ଗର ଟ୍ରାଉଜର ପିନ୍ଧିଛନ୍ତି । ଏଥିସହ ହାତରେ ଏକ କଳାରଙ୍ଗର ବ୍ୟାଗ ଧରି ଠିଆହୋଇଛନ୍ତି । ସେହିଭଳି ପାଖରେ ଅମିତାଭ ବଚ୍ଚନ ବୁଢ଼ା ଲୁକରେ ଏକ ସବୁଜ ରଙ୍ଗର ପାଇଜାମା ସହ ଧଳା ରଙ୍ଗର ଟ୍ରାଉଜର ପିନ୍ଧି ଚିନ୍ତାରେ ଠିଆ ହୋଇଛନ୍ତି । ତେବେ ଏହି ଫିଲ୍ମଟି ଆଗାମୀ ବର୍ଷ ଫେବୃୟାରୀ ୨୮ରେ ରିଲିଜ୍ ହେବା ନେଇ ଜଣାପଡିଛି ।