କଂଗ୍ରେସର ରାଫେଲ ମହାମିଛର ଖୁଲାସା ପ୍ରସଙ୍ଗ : ରାହୁଲ ଗାନ୍ଧୀ ନୈତିକତା ଦୃଷ୍ଟିରୁ ନିଜର ପଦ ଛାଡନ୍ତୁ : ବିିଜୟ ରୁପାନୀ

ଭୁବନେଶ୍ୱର  : ରାଫେଲ ବିମାନ କିଣା ପ୍ରସଙ୍ଗରେ କଂଗ୍ରେସର ମହାମିଛର ଡ୍ରାମା ପଦାରେ ପଡିବା ପରେ ଏନେଇ କଂଗ୍ରେସ ଦଳର ନୀତି ଏବଂ ନୈତିକତାକୁ ନେଇ ବର୍ଷିଛନ୍ତି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୁପାନୀ । ଶ୍ରୀ ରୁପାନୀ ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଫେଲ କିଣାପାଇଁ ହୋଇଥିବା ଚୁକ୍ତିରେ କେନ୍ଦ୍ର ସରକାର କୌଣସି ଖିଲାଫ କରିନଥିବା ଏବଂ ଏହାକୁ ନେଇ କଂଗ୍ରେସ ଦଳ କରୁଥିବା ଦୁର୍ନୀତି ଅଭିଯୋଗକୁ ମାନ୍ୟବର ସର୍ବୋଚ୍ଚ ଅଦାଲତ ସମ୍ପୃର୍ଣ୍ଣ ଖାରଜ କରିବା ପରେ କଂଗ୍ରେସ ଦଳ ଏବଂ ତାଙ୍କର ମୁଖିଆ ରାହୁଲ ଗାନ୍ଧୀଙ୍କର ମୁଖା ଖୋଲିଯାଇଛି । ଦେଶର ସାମରିକ ସୁରକ୍ଷା ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଏଭଳି ଅସମ୍ବେଦନଶୀଳ ଏବଂ ମନଗଢା କାହାଣୀ କହି ସାରାଦେଶର ଲୋକମାନଙ୍କୁ ଭ୍ରମିତ କରିଥିବାରୁ ରାହୁଲ ଗାନ୍ଧୀ ଦେଶବାସୀ ଆଗରେ କ୍ଷମା ମାଗିବା ସହ ନିଜେ ତାଙ୍କ ଦଳର ମୁଖିଆ ପଦରୁ ଇସ୍ତଫା ଦେଇଦେବା ଉଚିତ୍ ଶ୍ରୀ ରୁପାନୀ କହିଛନ୍ତି ।

 ସାମରିକ ସୁରକ୍ଷା ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଏଭଳି ଅସମ୍ବେଦନଶୀଳ ଏବଂ ମନଗଢା କାହାଣୀ କହି ସାରାଦେଶର ଲୋକମାନଙ୍କୁ ଭ୍ରମିତ କରିଥିବାରୁ ରାହୁଲ ଗାନ୍ଧୀ ଦେଶର ଜନତା ଏବଂ ସେନାବାହିନୀ ଆଗରେ କ୍ଷମା ମାଗନ୍ତୁ
 ନିଜର ମିଛ ଧରାପଡିବା ପରେ ଏବେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ରାହୁଲ ଗାନ୍ଧୀ
 ସ୍ୱାଧୀନତା ପରେ ଦେଶରେ ଏପରି ମିଛ ତାହା ପୁଣି ବିନା ପ୍ରମାଣ ଆଧାରରେ ଓ ଲୋକମାନଙ୍କୁ ଭ୍ରମିତ କରିବାର ଅପଚେଷ୍ଟା କେବେ ଦେଖାଯାଇନଥିଲା
 ରାହୁଲ ଗାନ୍ଧୀଙ୍କ ତାଙ୍କର ସୂଚନାର ଆଧାର କଣ ତାହା ଦେଶ ବାସୀଙ୍କର ଆଗରେ ସ୍ପଷ୍ଟ କରନ୍ତୁ
 ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟିର ସରକାରରେ ହିଁ ସରକାର ଏବଂ ସରକାର ମଧ୍ୟରେ କିଣାବିକା ହେବା ଆରମ୍ଭ ହେଲା ଏବଂ ଦଲାଲ ମାନଙ୍କର ବେପାର ଶେଷ ହେଲା
 ୨୦୦୭ରୁ ୨୦୧୪, ପ୍ରାୟ ୭ ବର୍ଷ କାଳ ଏହି ଡିଲକୁ ଚୂଡାନ୍ତ କରିବାରେ କଂଗ୍ରେସ ସରକାର କାହିଁକି ବିଫଳ ହୋଇଥିଲା ?
 ୭ ବର୍ଷ କାଳ ରାଫେଲ କିଣା ପ୍ରକିୟାକୁ ଅଟକାଇ କଂଗ୍ରେସ ସରକାର ଦେଶର ସୁରକ୍ଷା ସହ ଖେଳୁଆଡ କରିଥିଲା
 ସବୁ ଚୋର ଏକାଠି ହୋଇ ଚୌକିଦାରକୁ ଚୋର ଚୋର କହିବେ ତାହେଲେ ଦେଶର ଜନତା କେବେ ବି ମାନିବେ ନାହିଁ କି ଦେଶର ଚୌକିଦାର ଚୋର ଅଟେ
 ଦେଶର ସର୍ବୋଚ୍ଚ ଅଦାଲତ ଏବେ ସ୍ପଷ୍ଟ କରି ଦେଇଛନ୍ତି କି ଚୋର ଚୋର ଚିକ୍ରାର ସେଇଠି ବେଶୀ ହୁଏ ଯେଉଁଠି ଚୌକିଦାରର ଭୟ ଥାଏ

ସ୍ୱାଧୀନତା ପରେ ଦେଶରେ ଏପରି ମିଛ ତାହା ପୁଣି ବିନା ପ୍ରମାଣ ଆଧାରରେ ଓ ଏପରି ଅପପ୍ରଚାର ଏବଂ ଲୋକମାନଙ୍କୁ ଭ୍ରମିତ କରିବାର ଅପଚେଷ୍ଟା କେବେ ଦେଖାଯାଇନଥିଲା । ସବୁଠାରୁ ଦୁର୍ଭାଗ୍ୟଜନକ କଥା ହେଉଛି ଏହି ଅପଚେଷ୍ଟା ପ୍ରୟାସର ନେତୃତ୍ୱ ନେଉଥିଲେ ଦେଶର ସବୁଠାରୁ ପୁରୁଣା ରାଜନୈତିକ ଦଳର ମୁଖିଆ ରାହୁଲ ଗାନ୍ଧୀ । ରାହୁଲ ଗାନ୍ଧୀଙ୍କ ସୂଚନାର ଆଧାର କଣ ତାହା ଦେଶବାସୀଙ୍କର ଆଗରେ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ରୁପାନୀ କହିଛନ୍ତି ।
ଶ୍ରୀ ରୁପାନୀ କହିଛନ୍ତି ଯେ, ୨୦୦୭ ମସିହାରେ କଂଗ୍ରେସର ୟୁପିଏ ସରକାର ରାଫେଲ ବିମାନ କିଣାର ପ୍ରକିୟା ଆରମ୍ଭ କରିଥିଲେ ମଧ୍ୟ ସେମାନେ ୨୦୧୪ ସୁଦ୍ଧା ଏହାକୁ ସାରିପାରି ନଥିଲେ । ୭ ବର୍ଷ କାଳ ରାଫେଲ କିଣା ପ୍ରକିୟାକୁ ଅଟକାଇ କଂଗ୍ରେସ ସରକାର ଦେଶର ସୁରକ୍ଷା ସହ ଖେଳୁଆଡ କରିଥିଲା । ୨୦୦୭ରୁ ୨୦୧୪, ପ୍ରାୟ ୭ ବର୍ଷ କାଳ ଏହି ଡିଲକୁ ଚୂଡାନ୍ତ କରିବାରେ କଂଗ୍ରେସ ସରକାର ବିଫଳ ହୋଇଥିଲା ? କେନ୍ଦ୍ରରେ ମୋଦିଙ୍କର ସରକାର ଆସିବା ପରେ ହିଁ ଯାଇ ରାଫେଲ କିଣାଯାଇ ପାରିଲା । କଂଗ୍ରେସ ସରକାର ସମୟରେ ପୁର୍ବରୁ  ଯେତେ ବିମାନ କିଣା ହୋଇଛି ସବୁଥିରେ ଦଲାଲ ମାନେ ମଧ୍ୟସ୍ଥତା କରି ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି । ହେଲେ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟିର ନରେନ୍ଦ୍ର ମୋଦୀଙ୍କର ସରକାରରେ ହିଁ ସରକାର ଏବଂ ସରକାର ମଧ୍ୟରେ କିଣାବିକା ହେବା ଆରମ୍ଭ ହେଲା । ଯାହା ଫଳରେ ଦଲାଲ ମାନଙ୍କର ବେପାର ଶେଷ ହେଲା । କଂଗ୍ରେସ ସରକାର ସମୟରେ କାହିଁକି ସରକାର ଏବଂ ସରକାର ଭିତରେ ବୁଝାମଣା ହୋଇପାରୁନଥିଲା ବୋଲି ଶ୍ରୀ ରୁପାନୀ ପ୍ରଶ୍ନ କରିଛନ୍ତି ।
ଯେତେବେଳେ ସବୁ ଚୋର ଏକାଠି ହୋଇ ଚୌକିଦାର କୁ ଚୋର ଚୋର କହିବେ ତାହେଲ ବି ଦେଶର ଜନତା କେବେ ବି ମାନିବେ ନାହିଁ କି ଦେଶର ଚୌକିଦାର ଚୋର ଅଟେ ବୋଲି । ଦେଶର ସର୍ବୋଚ୍ଚ ଅଦାଲତଙ୍କର ନିଷ୍ପତି ସ୍ପଷ୍ଟ କରିଛି କି ଚୋର ଚୋର ଚିକ୍ରାର ସେଇଠି ବେଶି ହୁଏ ଯେଉଁଠି ଚୌକିଦାରର ଭୟ ଥାଏ । ନିଜର କ୍ଷୁଦ୍ର ରାଜନୈତିକ ସ୍ୱାର୍ଥ ପାଇଁ କଂଗ୍ରେସ ଦଳ ଏତେ ବଡ ମିଛର ସାହାରା ନେଇ ଏକ ନିନ୍ଦନୀୟ ରାଜନୈତିକ ଆଭିମୁଖ୍ୟର ପ୍ରକିୟା ଆରମ୍ଭ କରିଛି । ମାନ୍ୟବର ସୁପ୍ରିମ କୋର୍ଟଙ୍କର ଏହି ଆଦେଶ ଆଜି ନିଜର ରାଜନୈତିକ ସ୍ୱାର୍ଥ ପାଇଁ ଦେଶର ସ୍ୱାର୍ଥକୁ ବଳି ପକାଇବାକୁ ପଛାଉନଥିବା ସେହିପରି ରାଜନୈତିକ ଦଳମାନଙ୍କ ଉପରୁ ପରଦା ହଟାଇଲା ଭଳି ବୋଲି ଶ୍ରୀ ରୂପାନୀ କହିଛନ୍ତି ।
ରାୟ ଆସିଲା ପରେ କଂଗ୍ରେସ ଦଳ ଏତେ ତଳକୁ ଖସି ଯାଇଛି ଯେ ସେମାନେ ସୁପ୍ରିମକୋର୍ଟ ଉପରେ ବି ପ୍ରଶ୍ନ ଉଠାଉଛନ୍ତି । ପୁର୍ବରୁ କଂଗ୍ରେସ ଦଳ ନିର୍ବାଚନ ହାରିଲା ପରେ ଇଭିଏମ ମେସିନ ଉପରେ ପ୍ରଶ୍ନ ଉଠାଉଥିଲା । କଂଗ୍ରେସ ଦଳ ତାର ନିଜ ଭୁଲକୁ ଲୁଚାଇବାପାଇଁ ଦେଶର ସାମ୍ବିଧାନିକ ସଂସ୍ଥା ଉପରେ ବି ପ୍ରଶ୍ନ ଉଠାଇବା ପାଇଁ ପଛାଉ ନାହିଁ । ସଂସଦର ଅଧିବେସନ ଚାଲୁଛି । କଂଗ୍ରେସ ଦଳ ସଂସଦରେ ଆଲୋଚନା ପାଇଁ ଆସୁ । ସଂସଦରେ ଆଲୋଚାନ କରିବା ପାଇଁ କଂଗ୍ରେସ ଦଳ ଡରୁଛି । ସେହିପରି ସୁପ୍ରିମକୋର୍ଟକୁ ମଧ୍ୟ କଂଗ୍ରେସ ଦଳ କି ରାହୁଲ ଗାନ୍ଧୀ ନିଜେ ଯାଇନଥିଲେ । କାରଣ ରାହୁଲ ଗାନ୍ଧୀ ଜାଣିଥିଲେ କି ରାଫେଲ ସର୍ମ୍ପକରେ ତାଙ୍କ ପାଖରେ କିଛି ତଥ୍ୟ ନାହିଁ । କେବଳ ଡାହା ମିଛ କହି ଲୋକମାନଙ୍କୁ ଭ୍ରମିତ କରିବାର ପ୍ରୟାସ ବେଶି ଦିନ ଚାଲେନି ବୋଲି ଶ୍ରୀ ରୁପାନୀ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ବିଧାୟକ ଦଳ ନେତା ଶ୍ରୀ କେ.ଭି ସିଂହଦେଓ, ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର, ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

(ବିଜେପି ମିଡିଆ ସେଲ୍)

ରାଫେଲ ପ୍ରସଙ୍ଗ : ରାହୁଲ ଗାନ୍ଧୀ ଦେଶର ଜନତା ଏବଂ ସେନା ଆଗରେ କ୍ଷମା ମାଗନ୍ତୁ – ଅମିତ ଶାହା