ସୁରଟରେ ନବୀନଙ୍କ ଶୋ’ର ଭୁବନେଶ୍ୱରରେ କାଉଣ୍ଟ ରଖିଲେ ଗୁଜୁରାଟ ସିଏମ

ଭୁବନେଶ୍ୱର: ଗଂଜାମ ଜିଲ୍ଲାର ସର୍ବାଧିକ ଓଡିଆ ଗୁଜୁରାଟରେ କାର୍ଯ୍ୟ କରୁଛନ୍ତି ଏବଂ ଗୁଜୁରାଟ ସରକାର ଓଡିଆମାନଙ୍କ ହିତରେ ଅନେକ କାର୍ଯ୍ୟ କରିଛନ୍ତି । ଆଗକୁ ମଧ୍ୟ ଏନେଇ କାମ ଜାରି ରହିବ । ଓଡିଶାର ମୁଖ୍ୟମନ୍ତ୍ରୀଙ୍କର ୧୯ ବର୍ଷ ପରେ ସୁରଟରେ ରହୁଥିବା ଓଡିଆ ଲୋକଙ୍କ କଥା ମନେ ପଡିଲା । ଆଗକୁ ନିର୍ବାଚନ ଅଛି ସେଥି ପାଇଁ ସେ ଯାଇଛନ୍ତି ବୋଲି ନବୀନଙ୍କ ସୁରଟରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡିଶଆ ଉତ୍ସବ କାର୍ଯ୍ୟକ୍ରମକୁ କାଉଣ୍ଟର କରି ଏଭଲି ମତ ରଖଇଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ।

ଶ୍ରୀ ରୂପାନୀ କହିଛନ୍ତି ସୁରଟ ଓଡିଆମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ମୁଖ୍ୟମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ପକ୍କା ଘର ଯୋଗାଇଛନ୍ତି । ଶିକ୍ଷା ବ୍ୟବସ୍ଥାକୁ ନେଇ ଓଡିଆ ଭାଷାକୁ ପ୍ରାଧାନ୍ୟ ଦେଇ ପ୍ରଥମ ଶ୍ରେଣୀରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢାଯାଉଖିବା ୭ଟି ସ୍କୁଲକୁ ଗୁଜୁରାଟ ସରକାର ମାନ୍ୟତା ଦେଇଛନ୍ତି । ଓଡିଆମାନଙ୍କୁ ପ୍ରାଥମିକ ବ୍ୟବସ୍ଥା ତଥା ବିଜୁଳୀ, ପିଇବା ପାଣି, ଗମନାଗମନ, ସ୍ୱାସ୍ଥ୍ୟବସ୍ଥା ଯୋଗାଇବାକୁ ଯାଇ ସୁରତ କର୍ପୋରେସନ ୨୦ କୋଟିରୁ ଉଦ୍ଧ୍ୱର୍ ରାଶି ଖର୍ଚ୍ଚ କରିଛି । ଆଗାମୀ ଦିନରେ ଓଡିଆମାନଙ୍କୁ ଟ୍ରାନଜିଟ୍ ହାଉସ ଯୋଗାଇଦେବା ପାଇଁ କାର୍ଯ୍ୟ କରୁଛି । ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନାକୁ ଓଡିଶାରେ ରାଜ୍ୟ ସରକାର ଲାଗୁ ନକରି ଓଡିଆ ଲୋକମାନଙ୍କୁ କେନ୍ଦ୍ରୀୟ ଯୋଜନାର ଲାଭରୁ ବଂଚିତ କରୁଛନ୍ତି ବୋଲି କହିଛନ୍ତି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୁପାନୀ । ଶ୍ରୀ ରୁପାନି କହିଛନ୍ତି ଓଡିଶା ସରକାର ୧୦୦୦ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନକୁ କାହିଁକି ହାତ ଛଡା କଲେ ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ କଥା । ଏପରି କେନ୍ଦ୍ରୀୟ ଅନୁଦାନକୁ କୌଣସି ରାଜ୍ୟ କେବେ ହାତ ଛଡା କରିବା ଦେଖାଯାଏନି । ଏହା ବୋକାମି ଭଳି ବୋଲି ଶ୍ରୀ ରୁପାନୀ କହିଛନ୍ତି ।
ଶ୍ରୀ ରୁପାନୀ କହିଛନ୍ତି ଯେ କେନ୍ଦ୍ରରେ ଯେଉଁ ଦଳର ସରକାର ଥାଉ ନା କାହିଁକି, ସମସ୍ତ ରାଜ୍ୟ ସରକାର କେନ୍ଦ୍ର ସରକାର ଆଣୁଥିବା ସମସ୍ତ ଯୋଜନାର ଲାଭ ରାଜ୍ୟବାସୀଙ୍କୁ ଦେବା ପାଇଁ ଉଦ୍ୟମ କରିବା କଥା । ଦେଶର କୌଣସି ଲୋକକୁ ଯୋଜନାରୁ ବଂଚିତ କରିବାର ଅଧିକାର କୌଣସି ରାଜ୍ୟ ସରକାରଙ୍କର ନାହିଁ । ଯେତେବେଳେ ନରେନ୍ଦ୍ର ମୋଦି ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ଥିଲେ ଆମେ ୟୁପିଏ ସରକାରଙ୍କର ସମସ୍ତ ଯୋଜନାକୁ ଗୁଜୁରାଟରେ ଲାଗୁ କରୁଥିଲୁ ।

ଯଦି ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନାକୁ ଓଡିଶା ସରକାର ରାଜ୍ୟରେ ଲାଗୁ କରନ୍ତେ ତାହେଲେ ସୁରଟ ଏବଂ ଅନ୍ୟାନ ବାହାର ସ୍ଥାନରେ କାମ କରୁଥିବା ଓଡିଆ ଲୋକ ମାନେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନାର ଲାଭ ପାଆନ୍ତେ । କାରଣ ରାଜ୍ୟ ସରକାର ନିଜ ରାଜ୍ୟରେ ଚାଲୁ କରିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଲାଭ ବାହାର ରାଜ୍ୟରେ ମିଳିବ ନାହିଁ । ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନାର ୬୦% ଅର୍ଥ କେନ୍ଦ୍ର ସରକାର ଦେଉଛନ୍ତି ଯେଉଁ ବାବଦରେ ଅନେକ ଅର୍ଥ ଓଡିଶା ହରାଇବ ବୋଲି ଶ୍ରୀ ରୁପାନୀ କହିଛନ୍ତି ।
ଏହା ସହ ସୁରଟରେ ର୍କଠିନ ପରିଶ୍ରମ କରି ଅର୍ଥ ରୋଜଗାର କରିଥିବା ଓଡିଆ ଲୋକଙ୍କର ଅର୍ଥ ଚିଟଫଣ୍ଡରେ କ୍ଷତିଗ୍ରସ୍ତ ହୋଇଚି । ଓଡିଶା ସରକାର ଏହା କିପରି ସେମାନେ ଫେରି ପାଇବେ ସେନେଇ ପଦକ୍ଷେପ ନେବାକୁ କହିଥିଲେ ।

ଗୁଜରାଟରୁ ଆସି ଓଡ଼ିଶାରେ ମତ ମନ୍ତବ୍ୟ ଦେଲେ ଲୋକଙ୍କ ମନ ପରିବର୍ତ୍ତନ ହୋଇଯିବ ନାହିଁ: ପ୍ରତାପ କେଶରୀ ଦେବ

 

 

 

 

ଭୁବନେଶ୍ୱର : ଆଜି ମାନ୍ୟବର ଗୁଜରାଟ ମୁଖ୍ୟମନ୍ତ୍ରୀ ଓଡ଼ିଶା ଆସି ସାମ୍ବାଦିକ ସମ୍ମିଳନୀ କରିବା ସ୍ପଷ୍ଟ ପ୍ରମାଣ କରୁଛି ଯେ ଭାରତୀୟ ଜନତା ପାର୍ଟି ଭୟଭୀତ ଓ ଆତଙ୍କିତ । କାରଣ ରାଫେଲ ଦୁର୍ନୀତିର ପ୍ରସଂଗକୁ ଗୁଜରାଟର ମୁଖ୍ୟମନ୍ତ୍ରୀ ଆସି ଓଡ଼ିଶାରେ ଉଠାଇବା କୌଣସି ରାଜନୈତିକ ପ୍ରାଂସଗିକତା ନାହିଁ । ଆମର ଏଠାରେ ଦୁଇଜଣ କେନ୍ଦ୍ରମନ୍ତ୍ରୀ ଅଛନ୍ତି । ସେମାନେ ରାଫେଲ ଦୁର୍ନୀତି ସଂପର୍କରେ କହିପାରିଥାନ୍ତେ, ନକହିବା ପଛରେ ରହସ୍ୟ କ’ଣ? ଗୁଜରାଟ ମୁଖ୍ୟମନ୍ତ୍ରୀ ଯେଉଁ ଅଭିଯୋଗ କରିଛନ୍ତି ଯେ ୧୮ବର୍ଷ ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଗୁଜରାଟର ଓଡ଼ିଆ ଭାଇଭଉଣୀଙ୍କ କଥା ମନେ ପଡିଲା, ଯାହା ଏକ ହାସ୍ୟାସ୍ପଦ କଥା । ସେ ପ୍ରଥମଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସେ ଜାଣିବା ଦରକାର ବିଗତ ୧୮ବର୍ଷ ହେଲା ବିଜୁ ଜନତା ଦଳ ଶାସନ କାଳ ମଧ୍ୟରେ ଉକ୍ରଳ ଦିବସ, ରଥଯାତ୍ରା, ସାମାଜିକ କାର୍ଯ୍ୟକ୍ରମ ଏବଂ ପୂଜାପର୍ବାଣୀରେ ଦଳ ତରଫରୁ ଓ ସରକାରଙ୍କ ତରଫରୁ ମନ୍ତ୍ରୀ, ବିଧାୟକ ଏବଂ ଦଳୀୟ ନେତା ଗୁଜରାଟ ଯାଆନ୍ତି । ଏକଥା ବୋଧେ ଗୁଜରାଟ ମୁଖ୍ୟମନ୍ତ୍ରୀ ଜାଣନ୍ତି ନାହିଁ ।

ବହୁ ଓଡ଼ିଆ ଭାଇମାନେ ତାଙ୍କୁ ଭେଟି ଚିଟ୍‍ଫଣ୍ଡ ଦୁର୍ନୀତି ବିଷୟରେ ଅବଗତ କରାଇଥିଲେ ବୋଲି ଗୁଜରାଟ ମୁଖ୍ୟମନ୍ତ୍ରୀ କହିଛନ୍ତି । ମାନ୍ୟବର ଗୁଜରାଟ ମୁଖ୍ୟମନ୍ତ୍ରୀ ଜାଣିବା ଦରକାର, ଓଡ଼ିଶା ରାଜ୍ୟ ସରକାର ବିଭିନ୍ନ ସମୟରେ ଚିଟ୍‍ଫଣ୍ଡ ସଂସ୍ଥାଗୁଡିକ ଉପରେ ଚଢ଼ଉ କରିବା ସଂଗେ ସଂଗେ ଅନେକ ଲୋକଙ୍କୁ ଜେଲ୍‍କୁ ପଠାଇଛନ୍ତି ଏବଂ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ସଂସ୍ଥାମାନଙ୍କର ଯାଞ୍ଚ ପ୍ରକ୍ରିୟା ଚାଲିଛି । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ ଯେଉଁ ଚିଟ୍‍ଫଣ୍ଡ କମ୍ପାନୀମାନେ ଗୁଜରାଟର ସୁରଟ ଓ ଅହମ୍ମଦାବାଦରେ ବସବାସ କରୁଛନ୍ତି, ସେମାନେ ଯେଉଁ ସେଠାକାର ଲୋକଙ୍କୁ ଠକିଛନ୍ତି, ସେ ବିଷୟରେ ଗୁଜରାଟ ସରକାର କ’ଣ ପଦକ୍ଷେପ ନେଇଛନ୍ତି? ମାନ୍ୟବର ଗୁଜରାଟ ମୁଖ୍ୟମନ୍ତ୍ରୀ ଜାଣି ରଖିବା ଉଚିତ୍‍ ଯେ ଗୁଜରାଟରୁ ଆସି ଓଡ଼ିଶାରେ ମତ ମନ୍ତବ୍ୟ ଦେଲେ ଲୋକଙ୍କ ମନ ପରିବର୍ତ୍ତନ ହୋଇଯିବ ନାହିଁ । ତାଙ୍କର ଓଡ଼ିଶା ଗସ୍ତ ସଂପୂର୍ଣ୍ଣ ଭାବରେ ରାଜନୈତିକ ଅଭିସନ୍ଧି ରହିଛି ବୋଲି ବିଜୁ ଜନତା ଦଳ ମୁଖପାତ୍ର ତଥା ସାଂସଦ ଶ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି ।