ବାତ୍ୟା ମୁକାବିଲା ପାଇଁ ଓଡ଼ିଶାର ପରାମର୍ଶ ନେଲା ଗୁଜରାଟ

ଭୁବନେଶ୍ଵର: ସାମୁଦ୍ରିକ ଝଡ଼ ‘ବାୟୁ’ ଗୁଜରାଟ ଆଡ଼କୁ ମୁହାଁଇଛି। ଗୁରୁବାର ପୂର୍ବାହ୍ନ ସୁଦ୍ଧା ବାତ୍ୟା ଗୁଜରାଟର ପୋରବନ୍ଦର ଏବଂ ବହୁବା ଅଞ୍ଚଳ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳକୁ ଏହାର ବେଗ ଘଣ୍ଟାପ୍ରତି ୧୪୦ରୁ ୧୬୫ କିଲୋମିଟର ରହିବ ବୋଲି ଆକଳନ କରାଯାଇଛି। ତେଣୁ ବାତ୍ୟାକୁ କିପରି ମୁକାବିଲା କରାଯିବ ଏବଂ ଧନଜୀବନକୁ କିପରି ସୁରକ୍ଷିତ ରଖାଯାଇପାରିବ ସେନେଇ ଗୁଜରାଟ ସରକାର ଓଡ଼ିଶା ସରକାରଙ୍କ ପରାମର୍ଶ ଲୋଡ଼ିଛି।

ଓଡ଼ିଶା ସରକାର ବାତ୍ୟା ‘ଫନୀ’ର ସଫଳ ମୁକାବିଲା କରି ପ୍ରଶଂସା ସାଉଁଟିଛନ୍ତି। ତେଣୁ ବାତ୍ୟା ମୁକାବିଲା ପାଇଁ କିପରି ପ୍ରସ୍ତୁତି କରାଯିବ ସେନେଇ  ଗୁଜରାଟ ମୁଖ୍ୟ ଶାସନ ସଚିବ ଜେ.ଏନ. ସିଂହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ସଚିବଙ୍କ ସହ ଆଲୋଚନା କରିଛନ୍ତି। ଜରୁରିକାଳୀନ ପରିସ୍ଥିତିରେ କି ପଦକ୍ଷେପ ନିଆଯିବା ଜରୁରୀ ସେ ନେଇ ସିଂହ ପରାମର୍ଶ ନେଇଛନ୍ତି।