ଦାଦନ ଯନ୍ତ୍ରଣା: ଗୁଜୁରାଟରେ ଜଳିଗଲେ ୩ ଓଡିଆ ଶ୍ରମିକ

ଗାନ୍ଧୀନଗର/ଯାଜପୁର: ଗୁଜୁରାଟ ଅହମ୍ମଦାବାଦ ନିକଟସ୍ଥ ଓଦ୍ଧବର ଏକ କାରଖାନାରେ ଅଗ୍ନିକାଣ୍ଡ ଘଟି ୩ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ସମସ୍ତ ମୃତକ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛନ୍ତି । ମୃତକମାନେ ଯମଧର ପଂଚାୟତର ଦୟାନିଧି ଖୁଂଟିଆ, ଚିନ୍ମୟ ଖୁଂଟିଆ ଓ କାମେଶ ସିଂ ବୋଲି ସୂଚନା ମିଳିଛି ।

ଶନିବାର, ଅପରାହ୍ନରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଲାଗିବାର ପାଖାପାଖି ୩ ଘଂଟା ପରେ ନିଆଁକୁ ଅଗ୍ନିଶମ ବାହିନୀ ଆୟତ୍ତ କରିପାରିଥିଲା । ହେଲେ ସେତେବେଳକୁ ୩ ଶ୍ରମିକଙ୍କ ମୃତ୍ୟୁ ହୋଇସାରିଥିବା କୁହାଯାଉଛି ।

ସେପଟେ ଅଗ୍ନିକାଣ୍ଡର କାରଣ ଜଣାପଡିନଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଜାରି ରଖିଛି ।