ବେଦୀରେ ସାତ ଫେରା ସାରି ବର ସିନ୍ଦୁର ଦେବାବେଳକୁ ବାହା ହେବାକୁ ମନା କଲା କନ୍ୟା ଜାଣନ୍ତୁ କାହିଁକି

ବିହାର : ବାରାତି ନେଇ ଧୁମ ଧାମରେ କନ୍ୟା ଘରେ ପହଁଚିଥିଲା ବର । ବରଯାତ୍ରୀ ଖାଇ ସାରି ଥିଲେ । ତା ପରେ ଆରମ୍ଭ ହୋିଥିଲା ବାହାଘର । ହୋମ ମନ୍ତ୍ର ପାଠ କରି ବାହା ଘର ଚାଲିଥିଲା । ହେଲେ ସାତ ଫେରା ନେବାବେଳକୁ ମଥାରେ ସିନ୍ଦୁର ଭରିବାକୁ ବରଯାଉଥିବାବେଳେ କନ୍ୟା ବାହା ହେବାକୁ ମନା କଲା । ଏମିତି ଘଟଣା ଘଟିଛି ବିହାରରେ ।

ସାତ୍‌ ଫେରା ସରିବା ପରେ ବର କନ୍ୟା ମଥାରେ ସିନ୍ଦୁର ଦେବା ପାଇଁ ଯାଉଥିବା ବେଳେ କନ୍ୟା ବେଦିରୁ ଉଠିବା ସହ ବିବାହ କରିବା ପାଇଁ କରି ଦେଇଥିଲେ । ଯାହାକୁ ନେଇ ବରପକ୍ଷ ଏବଂ କନ୍ୟାପକ୍ଷ ମଧ୍ୟରେ ଅନେକ ବିତର୍କ ହେବା ପରେ ପୁଲିସ ଆସି ଘଟଣାର ସମାଧାନ କରିଥିଲା ।
ସୂଚନା ମୁତାବକ, ଆଦିତ୍ୟାପୁରରେ ରହୁଥିବା ଅମିତ୍‌ଙ୍କ ବିବାହ ଗାଲୁଡ଼ିହ ଥାନା ଅର୍ନ୍ତଗତ ଏକ ଗାଁରେ ଠିକ୍‌ ହୋଇଥିଲା । ବିବାହ ପାଇଁ ଅମିତ୍‌ ୬୦-୭୦ବରଯାତ୍ରୀଙ୍କୁ ନେଇ କନ୍ୟା ଘରେ ପହଞ୍ଚିଥିଲେ । ସାତ୍‌ ଫେରା ଚାଲିଥିବା ବେଳେ କନ୍ୟା ଅମିତ୍‌ଙ୍କ ପାଦରେ ଗୋଟେ ଆଙ୍ଗୁଠି ନଥିବା ଦେଖିଥିଲେ । ଯାହା ବିଷୟରେ ସେ ନିଜ ଘର ଲୋକଙ୍କୁ ଜଣାଇବା ସହ ବିବାହ ପାଇଁ ମନା କରି ଦେଇଥିଲେ । ଏହି କଥାକୁ ନେଇ ଦୁଇ ପକ୍ଷ ମଧ୍ୟରେ ୩ଘଣ୍ଟା ବିତର୍କ ହେବା ପରେ ଅମିତ୍‌ ବିବାହ ନ କରି ଫେରିଯିବାକୁ ବସିଥିଲେ । ଏହା ଦେଖି କନ୍ୟାପକ୍ଷର ଗାଁ ଲୋକେ ଅମିତ୍‌ଙ୍କୁ ଅଟାକଇବା ସହ ପୁଲିସକୁ ଖବର ଦେଇଥିଲେ । ପୁଲିସ ଆସି ବୁଝାଇବା ପରେ ଶେଷରେ ବିବାହ ସମ୍ପନ୍ନ ହୋଇଥିଲା ।