ବିବାହ ଲାଗି ବରବାଟକୁ ଚାହିଁ ରହିଥିଲା କନ୍ୟା,ନାବାଳକ ପ୍ରେମିକା ସହ ଫେରାର ହେଲା ବର !

ଯମୁନାନଗର : ବାହାଘର ଲାଗି ତାରିଖ ସ୍ତିର ହୋଇ ଲଗ୍ନ ଧରା ସରିଥିଲା । କନ୍ୟା ପକ୍ଷ ସବୁ ବାହାଘର ଆୟୋଜନ କରି ସାରିଥିଲେ । ମଙ୍ଗୁଳା କନ୍ୟା ବେଦୀରେ ବସି ବାହା ହେବାକୁ ବରର ବାଟ ଚାହିଁ ବସିଥିଲୋ ହେଲେ ବର ଆସିଲାନି ଖବର ଆସିଲା ବର ତାର ନାବାଳକ ପ୍ରେମିକାକୁ ନେଇ ଫେରାର ହୋଇଯାଇଛି । ଏମିତି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ହରିୟାନାରେ । ୨୫ ବର୍ଷର ଜଣେ ସମଲିଙ୍ଗୀ ଜାଣିବା ପରେ କନ୍ୟା ଘରକୁ ବେଶ କଷ୍ଟ ଦେଇଛି । ସେପଟେ ପୋଲିସ ଘଟଣାର ତଦନ୍ତ କରି କହିଛି ଅଦାଲଦ ସମଲିଙ୍ଗୀ ସଂପର୍କକୁ ସ୍ୱୀକୃତି ଦେବା ପରେ ବର ଏପରି ନିଷ୍ପତ୍ତି ନେଇଥିବା ସ୍ୱିକାର କରିଛି ।

୨୫ବର୍ଷିୟ ଯୁବକଙ୍କ ବିବାହ ସେପ୍ଟେମ୍ବର ୧୧ରେ ଠିକ୍‌ କରାଯାଇଥିଲା । ଦୁଇ ବର୍ଷ ପୂର୍ବରୁ ଯୁବକଙ୍କ ନିର୍ବନ୍ଧ ହୋଇଥିବା ବେଳେ ସେପ୍ଟେମ୍ବର ୧୧ରେ ବିବାହ ତାରିଖ ଧାର୍ଯ୍ୟ କରାଯାଇଥିଲା । ବିବାହ ପୂର୍ବଦିନ କନ୍ୟା ପକ୍ଷରୁ ସଙ୍ଗୀତ୍‌ କାର୍ଯ୍ୟକ୍ରମ ରଖାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମ ଚାଲିଥିବା ସମୟରେ ବର ନିଜ ନାବାଳକ ବନ୍ଧୁଙ୍କ ସହ ବାହାରକୁ ବୁଲିବାକୁ ଯାଉଥିବା କହି ଚାଲି ଯାଇଥିଲେ । କିନ୍ତୁ ପରେ ଆଉ ଘରକୁ ଫେରି ନ ଥିଲେ । ଏହା ପରେ ବରର ପରିବାର ଲୋକେ ପୁଲିସରେ ସୂଚନା ଦେଇଥିଲେ । ବିବାହ ପୂର୍ବରୁ ବରର ନାବାଳକଙ୍କ ସହ ବଢ଼ୁଥିବା ସଂପର୍କ ଉପରେ ପରିବାର ଲୋକେ ସନ୍ଦେହ କରୁଥିବା ବେଳେ ବିବାହ ନ କରିବା ପାଇଁ କହୁଥିଲେ ବରର ନାବାଳକ ବନ୍ଧୁ । ଅନ୍ୟ ପକ୍ଷରେ କନ୍ୟାପକ୍ଷ ବରର ଏପରି ବ୍ୟବହାର ବିଷୟରେ ନ ଜଣାଇ ବିବାହ ଠିକ୍‌ କରିଥିବାରୁ ବରପକ୍ଷ ବିରୋଧରେ ମାମଲା ରୁଜୁ କରିଛନ୍ତି । ତେବେ ପ୍ରାଥମିକ ତଦନ୍ତରୁ ଏହା ସମଲୈଙ୍ଗିକ ସଂପର୍କ ବୋଲି ଜଣା ପଡ଼ୁଥିବା ବେଳେ ପ୍ରକୃତ ଘଟଣା କ’ଣ ତାହା ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ପୁଲିସ ।