ନୀଳନୟନା ପ୍ରେମିକାକୁ ସାବଧାନ

ନୀଳ ନୀଳ ଆଖି ଯୁବତୀଙ୍କ ସୁନ୍ଦରୀ ପଣିଆ ବଢାଇଥାଏ । ଏହା ହିଁ ପୁରୁଷଙ୍କୁ ବେଶୀ ଆକର୍ଷିତ କରେ । ନୀଳ ନୀଳ ଆଖିକୁ ତେରଛା ଚାହାଣୀ ହିଁ ପୁରୁଷ ପୁଅର ଛାତି ଛିରିଦିଏ । ସେଥିପାଇଁ ଶାସ୍ତ୍ରରେ କୁହାଯାଇଛି ନୀଳ ନୟନାଙ୍କୁ ସାବଧାନ । କାହିଁକି ନା ଏମାନେ ପୁରୁଷଙ୍କୁ ସହଜରେ ନିଜ ପ୍ରେମ ଜାଳରେ ଫସାଇ ପାରନ୍ତି । ଏମିତିକି ସେମାନେ ଯେୁଁ ପୁରୁଷ ବା ଯୁବକଙ୍କୁ ଥରେ ଚାହିଁଲେ ତେବେ ଯେମିତି ହେଲେ ବି ତାଙ୍କ ସାନିଧ୍ୟ ପାଇବାକୁ ଚେଷ୍ଟା କରନ୍ତି । ତେବେ ଏମିତି ବି କୁହାଯାଏ ଯେ ନୀଳ ନୟନା ମାନେ ଗୋଟିଏ ପ୍ରେମରେ ସନ୍ତୁଷ୍ଟ ହୁଅନ୍ତି ନାହିଁ । ଜୀବନରେ ବାରମ୍ବାର ଏମାନେ ନୀଜର ଜୀବନରେ ବାରମ୍ବାର ପୁରୁଷ ବନ୍ଧୁଙ୍କୁ ବଦଳାଇବାକୁ ଚାହାନ୍ତି । ଏମିତିକି ବିବାହ କରିସାରିବା ପରେ ବି ସେମାନଙ୍କ ପରପୁରୁଷରୁ ମନ ଯାଇ ନଥାଏ ବୋଲି କୁହାଯାଇଛି । ଏମାନେ ବିବାହିତ ହେବା ପରେ ବି ପର ପୁରୁଷଙ୍କ ସହ ସଂପର୍କ ରଖିବାକୁ ପସନ୍ଦ କରନ୍ତି ।

କିନ୍ତୁ ଏସବୁ ସତ୍ୱେ ବି ନୀଳ ନୟନା ମାନେ ( ନୀଳ ରଙ୍ଗର ଆଖି ପାଇଥିବା ଯୁବତୀ ମାନେ ) ସବୁବେଳେ ନିଜର ସଫଳତା ପ୍ରତି ଧ୍ୟାନ ଦେଇଥାନ୍ତି । ଏମିତିକି ସଫଳତା ପାଇବାକୁ ସେମାନେ ସବୁକିଛି କରିବାକୁ ରାଜି ହୋଇଯାନ୍ତି । ଆଉ କାମ ହାସଲ କରିବା ପରେ ପୁଣଇ ସବୁ ଭୁଲିଯାନ୍ତି ।
(ହଲେ ଏହା ସମସ୍ତ ନୀଳ ନୟନାଙ୍କ ପାଇଁ କୁହାଯାଇ ନପାରେ ସେମାନଙ୍କର ରାଶି ନକ୍ଷେତ୍ର ଓ ଲଗ୍ନ ଅନୁସାରେ ଏମିତି ଗୁଣ ନିର୍ଭର କରେ )