ୟୁନିଟ୍ -୮ ଡିଏଭି ସ୍କୁଲରେ ଗ୍ରାଣ୍ଡପ୍ୟାରେଂଟସ୍ ଡେ’ ପାଳିତ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍-୮ ଡିଏଭି ସ୍କୁଲରେ ଗ୍ରାଣ୍ଡପ୍ୟାରେଂଟସ୍ ଡେ’(ଜେଜେବାପା ଜେଜେମା’) ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସ୍କୁଲର ପ୍ରିନସିପାଲ ଇପସିତା ଦାସ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କେବଳ ଜେଜେବାପା ଓ ଜେଜେମା’ଙ୍କୁ ଆମନ୍ତ୍ରିତ କରାଯାଇଥିଲା । ସେମାନଙ୍କ ପାଇଁ ପ୍ରତିଯୋଗିତାର କାର୍ଯ୍ୟକ୍ରମ ରଖାଯାଇଥିଲା ।

ଏଥିରେ ସମସ୍ତ ଜେଜେବାପା ଓ ଜେଜେମା’ମାନେ ପ୍ରତିଯୋଗୀ ଭାବେ ଯୋଗ ଦେଇଥିଲେ । ଏହି ପ୍ରତିଯୋଗିତାରେ ବିଜୟୀ ହୋଇଥିବା ଜେଜେବାପା ଓ ଜେଜେମା’ଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଜେଜେବାପା ଏବଂ ଜେଜେମା’ ଆମର ପ୍ରେରଣା । ଆମ ଜୀବନରେ ସେମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତାହାକୁ ନେଇ ଏହି କାର୍ଯ୍ୟକ୍ରମରେ ଏକ ବିଷୟବସ୍ତୁ ରଖାଯାଇଥିଲା । କାର୍ଯ୍ୟକ୍ରମର ଶେଷରେ ସୁପରଭାଇଜର ରିତା ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।