ନିର୍ଦ୍ଦୟ ଜେଜେ ମା’ : ନାତିକୁ ଗୋଇଠା ମାରି ପକେଇ ଚଢିଗଲା, ଦେଖନ୍ତୁ ଭିଡିଓ

ବାଲେଶ୍ବର : ପିଲାମାନେ ସବୁଠୁ ଅଧିକ ସେମାନଙ୍କ ଜେଜେ, ଜେଜେ ମାଙ୍କ ପାଖରେ ଗେହ୍ଲା । କୌଣସି କାରଣରୁ ବାପା ମାଙ୍କଠୁ ମାଡ ଗାଳି ଖାଇଲେ ଜେଜେ ମା ପଣତ କାନିରେ ଆଶ୍ରୟ ନିଅନ୍ତି । କିନ୍ତୁ ଏହି ଭିଜୁଆଲକୁ ଟିକେ ଦେଖନ୍ତୁ । ଜଣେ କୋମଳମତି ଶିଶୁକୁ ତାର ଜେଜେ ମା ନିର୍ଦ୍ଦୟ ଭାବେ ପିଟୁଛି । ତଳେ ପକାଇ ଗୋଇଠା ଉପରେ ଗୋଇଠା ମାରୁଛି । ହାତରେ ବି ମୁହଁକୁ ପିଟୁଛି । ଏତିକିରେ ମନ ବୁଝୁନିଯେ ଗୋଡ ଉପରେ ବି ଠିଆ ହୋଇଯାଉଛି ଏହି ନିର୍ଦ୍ଦୟ ଜେଜେମା । ଯନ୍ତ୍ରଣାରେ ଛଟପଟ ହେଉଥିବା ପିଲାଟି ଯେତେ କାକୁତି ମିନତି ହେଉଥିଲେ ବି ଜେଜେ ମାର ମନ ତରଳିନଥିଲା ।

ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଗଙ୍ଗାଧରପୁର ଗାଁର ଏହି ଭିଡିଓଟି ଏବେ ଭାଇରାଲ୍ ହୋଇଛି । ଶିଶୁଟିର ବାପା-ମା ମୁମ୍ବାଇ ଦାଦନ ଖଟିବାକୁ ଯାଇଥିବା ବେଳେ ପିଲାଟି ଜେଜେ ମା ପାଖରେ ରହୁଥିଲା । ତେବେ ଏହି ଭିଡିଓଟି ଭାଇରାଲ୍ ହେବା ପରେ ନିଜ ପରିବାରରେ ଶିଶୁ କେତେ ଅସୁରକ୍ଷିତ ତାକୁ ନେଇ ପ୍ରଶ୍ନ ଉଠିଛି ।

https://youtu.be/ISnSK82oTzE