ଆଉ ଜଣେ ନିର୍ଦୟ ଆଇ : ମା ଛେଉଣ୍ଡ ନାତୁଣିକୁ ପିଟି ପଟି କଲା ଲହୁ ଲୁହାଣ, ଦେଖନ୍ତୁ ଭିଡିଓ

ଅନୁଗୋଳ : ନିର୍ଦୟ ଆଈ ।  ନିଜର ତିନି ବର୍ଷର ନାତୁଣୀ ବିଦୁସ୍ମିତା ରାଉତଙ୍କୁ ଅକଥନୀୟ ଭାବେ ପିଟି ଲହୁ ଲୁହାଣ କରିଛି। ଦେଖନ୍ତୁ ଏଇ ଭିଜୁଆଲ କୁ। କାନ ଫାଟି ଯାଇଛି। କହୁଣୀ ମଧ୍ୟ ଫାଟି ଯାଇଛି। ଦେହ...

ଅନୁଗୋଳ : ନିର୍ଦୟ ଆଈ ।  ନିଜର ତିନି ବର୍ଷର ନାତୁଣୀ ବିଦୁସ୍ମିତା ରାଉତଙ୍କୁ ଅକଥନୀୟ ଭାବେ ପିଟି ଲହୁ ଲୁହାଣ କରିଛି। ଦେଖନ୍ତୁ ଏଇ ଭିଜୁଆଲ କୁ। କାନ ଫାଟି ଯାଇଛି। କହୁଣୀ ମଧ୍ୟ ଫାଟି ଯାଇଛି। ଦେହ ସାରା ମାଡ଼ । ଆଉ ଦେହର ଦାଗ କହୁଛି କିପରି ଭାବେ ସେ ବହୁ ଦିନରୁ ମାଡ଼ ଖାଇ ଆସୁଛି। ଏହି ମା ଛେଉଣ୍ଡ 3 ବର୍ଷୀୟ ଝିଅ ହେଉଛି ଗଡ ତରାସ ଗାଁର। ବର୍ଷେ ତଳେ ମା ଦୀପ୍ତିମୟୀ ରାଉତ ଆର ପାରିକୁ ଚାଲି ଯିବା ପରେ ବାପା ଅସିତ ରାଉତ କୋଣସି ଏକ ଘରୋଇ କମ୍ପାନୀରେ ହେଲ୍ପର ଭାବେ କାମ କରୁଛି ବାହାରେ। ଆଇ କୁମୁଦିନି ରାଉତ ଙ୍କ ପାଖରେ ଝିଅ ରୁହେ। କିନ୍ତୁ ଆଇ ଘରୁ କାମକୁ ଗଲା ବେଳେ କୁନି ଝିଅକୁ ଘରେ ତାଲା ପକାଇ ଯାଇଥାଏ।

ଖବର ପାଇ ବନ୍ତଳା ପୋଲିସ ଝିଅକୁ ଉଧାର କରି ବନ୍ତଳା ଥାନାରେ ରଖିଛି। ଆଇ କୁ ଥାନାରେ ଅଟକ ରଖି ପଚାରା ଉଚୁରା ଜାରି ରଖିଛି। ଗତ କାଲି ଜଳେଶ୍ବରରେ ଜଣେ ଆଇ ତାର ନାତିକୁ ମାଡ ମାରିବା ଭିଡିଓ ଭାଇରାଲ ହେବା ପରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ଆରମ୍ଭ ହୋଇଥିଲା ।

Spread the love
Categories
କ୍ରାଇମ

RELATED BY

  • ବଡ଼ଭାଇଙ୍କ ଟାଙ୍ଗିଆ ଚୋଟରେ ସାନଭାଇ ମୃତ

    ହରିଚନ୍ଦନପୁର: ମଙ୍ଗଳବାର ସନ୍ଧ୍ୟା ବେଳେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଅନ୍ତର୍ଗତ ରେବଣା ଗ୍ରାମରେ ଘର ତିଆରି କଥାରେ ଜଣେ ବଡ଼ଭାଇ ତା’ର ସାନଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି।ଟାଙ୍ଗିଆ ଚୋଟରେ ନିହତ ସାନଭାଇ ହେଉଛି ୧୬ ବର୍ଷିୟ କରମା...
  • ଭଣଜା ଟାଙ୍ଗିଆ ଚୋଟରେ ମାଇଁ ମୃତ

    ଆନନ୍ଦପୁର: ଗୁଣି ଗାରେଡ଼ି ସନ୍ଦେହରେ ପୁଣି ଗଡ଼ିଛି ମୁଣ୍ଡ। ଏଥର ଏପରି ନୃଶଂସ କାଣ୍ଡ ଘଟିଛି କେନ୍ଦୁଝର ଜିଲ୍ଲାରେ। ଆନନ୍ଦପୁର ବ୍ଲକ୍‌ କନ୍ତଳା ଗାଁରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇଥିବା ଭଣଜାର ଟାଙ୍ଗିଆ ଚୋଟରେ ମାଇଁର ମୃତ୍ୟୁ ଘଟିଛି। ମୃତା ମହିଳା ହେଲେ...
  • ୪ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ; ୨ ମୃତ, ୨ ଗୁରୁତର

    ସମ୍ବଲପୁର:ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନା ଅନ୍ତର୍ଗତ ଭଣ୍ଡାରୀମାଳ ଗାଁରେ ହୋଇଛି ଦୁଇ ଦୁଇଟି ହତ୍ୟାକାଣ୍ଡ । ଗାଁରେ ଚାରି ଜଣ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ହଣାଯାଇଛି । ଏଥିରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଦୁଇ ଭାଇ ଆହତ...
  • ସ୍ତ୍ରୀ, ଝିଅକୁ ମାରି ସ୍ୱାମୀର ଆତ୍ମହତ୍ୟା

    ଗଡ଼ପୋଷ: ବିବାହର ତିନି ବର୍ଷ ପୂରିନି। ହେଲେ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ କଳହ ଓ ମନାନ୍ତର ୩ ଜଣଙ୍କ ଜୀବନ ନେଇଛି। ସ୍ତ୍ରୀକୁ ହତ୍ୟା ପରେ ନିଜର ଦୁଇ ବର୍ଷର ନିଷ୍ପାପ କନ୍ୟାକୁ ମଧ୍ୟ ହତ୍ୟା କରିବାକୁ ପଛାଇ ନାହିଁ।...