ଲୋକସଭାରେ ନାଗରିକତ୍ୱ ସଂଶୋଧନ ବିଲ ଆଗତ

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ୍ ଶାହ ଲୋକସଭାରେ ନାଗରିକତ୍ୱ ବିଲକୁ ଆଗତ କରିଛନ୍ତି । ଏହାକୁ ନେଇ କଂଗ୍ରେସ ବିରୋଧ କରିବାରୁ ଅମିତ୍ ଶାହ ଏହାର ଜବାବ ଦେଇଛନ୍ତି । ସେ କହିଛନ୍ତି ଯେ, ଏ ଦେଶର ସଂଖ୍ୟାଲଘୁଙ୍କ ପ୍ରତି ନୁହେଁ, ବରଂ ଅନୁପ୍ରବେଶକାରୀଙ୍କ ବିରୋଧରେ ଏହି ବିଲ ଉଦ୍ଦିଷ୍ଟ ।

ସେ ଆହୁରି କହିଛନ୍ତି ଯେ, ନାଗରିକତ୍ୱ ବିଲ ଉପରେ ସେ ସେମାନଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେବେ।  ଏହି ବିଲ ଉପରେ ମୁଁ ଆପଣମାନଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେବି।

ଅଲ୍‌ ଇଣ୍ଡିଆ ମଜ୍‌ଲିସ୍‌-ଏ-ଇତ୍ତେହଦ୍‌-ଉଲ୍‌-ମୁସ୍‌ଲିମୀନ୍‌ର ନେତା ଅସାଦୁଦ୍ଦିନ୍‌ ଓଓ୍ଵାଇସି ବାଚସ୍ପତି ଓମ୍‌ ବିର୍ଲାଙ୍କରେ ଠାରେ ଆପତ୍ତି ଉଠାଇ କହିଲେ, ଏ ଭଳି ଆଇନରୁ ଦେଶକୁ ବଞ୍ଚାଅ।

ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନର ଅଣମୁସଲମାନ ଶରଣାର୍ଥୀଙ୍କୁ ଭାରତର ନାଗରିକତ୍ୱ ଦେବା ପାଇଁ ଏହି ବିଧେୟକରେ ପ୍ରସ୍ତାବ ରହିଛି। ୨୦୧୪ ମସିହା ଡିସେମ୍ବର ୩୧ ତାରିଖ ପୂର୍ବରୁ ଭାରତକୁ ପ୍ରବେଶ କରିଥିବା ଏବଂ ହିନ୍ଦୁ, ଶିଖ୍‌, ବୌଦ୍ଧ, ଜୈନ, ପାର୍ସି ଏବଂ ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟ ଭାରତର ନାଗରିକତ୍ୱ ପାଇବାକୁ ଯୋଗ୍ୟ ହେବେ।