ହୋମ କ୍ୱାରାଂଟାଇନ୍ ଥିବା ଲୋକଙ୍କ ଘର ଆଗରେ ଲାଗିବ ଷ୍ଟିକର

ଭୁବନେଶ୍ୱର: ହୋମ କ୍ୱାରାଂଟାଇନ୍ ଅର୍ଥାତ୍ ଘରେ ସଙ୍ଗରୋଧ ଥିବା ଲୋକଙ୍କ ଘର ଆଗରେ ଜିଲ୍ଲା ପ୍ରଶାସନ ତରଫରୁ ଲାଗିବ ଷ୍ଟିକର । ଏହି ଷ୍ଟିକର ହୋମ କ୍ୱାରାଂଟାଇନ୍ ର ଅବଧି, ଘର ଓ ପରିବାର ସମ୍ପର୍କିତ ସୂଚନା ଉଲ୍ଲେଖ ରହିବ । ଏହି ନିୟମକୁ କଡାକଡି ଭାବେ ପାଳନ କରାଯିବ ବୋଲି ସୂଚନା ମିଳିଛି । ଏହି ଷ୍ଟିକର ହୋମ କ୍ୱାରାଂଟାଇନ୍ ର ଅବଧି, ଘର ଓ ପରିବାର ସଂପର୍କିତ ସୂଚନା ଉଲ୍ଲେଖ ରହିବ ।

ଷ୍ଟ୍ରିକର ଲଗାଯାଇଥିବା ଘରକୁ ବାହାର ଲୋକ ଯାଇପାରିବେ ନାହିଁ । ଏପରିକି ଗଣମାଧ୍ୟମ ପ୍ରତିନିଧି ମଧ୍ୟ ସେହି ଘରକୁ ଯାଇ ରିପୋର୍ଟିଂ କରିପାରିବେ ନାହିଁ କିମ୍ବା ସେମାନଙ୍କ ସଂପର୍କିତ ସୂଚନା ପ୍ରଘଟ କରିପାରିବେ ନାହିଁ । କ୍ୱାରାଂଟାଇନ୍ ଘରଗୁଡ଼ିକର ତାଲିକା ସ୍ଥାନୀୟ ଥାନାରେ ରହିବ ଓ ସେମାନଙ୍କ ଉପରେ କଡ଼ା ନଜର ରଖାଯିବ । ଏସବୁ ନିର୍ଦ୍ଦେଶଗୁଡ଼ିକୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନର ଲାଗୁ କରିବେ । ଏସବୁ ଘରକୁ ଯେପରି ସବୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ହୋଇପାରିବ ତାହା ଜିଲ୍ଲା ପ୍ରଶାସନ ନିଶ୍ଚିତ କରିବ । ପୁଣି ଏହି ଘରକୁ ଯେପରି ସାମାଜିକ ଭାବେ ବାସନ୍ଦ କରାନଯାଏ ତାହା ନିଶ୍ଚିତ କରାଯିବ । ଜିଲ୍ଲାପାଳ ଏସବୁ ନିୟମଗୁଡ଼ିକୁ ବିଦେଶରୁ, ଅନ୍ୟରାଜ୍ୟରୁ ଆସିଥିବା ଲୋକମାନଙ୍କ ଉପରେ ଲାଗୁ କରିବେ । ତେବେ ଜଣେ ବ୍ୟକ୍ତିଙ୍କ ହୋମ କ୍ୱାରାଂଟାଇନ୍ ସମୟ ଶେଷ ହେଲେ ଏହି ଷ୍ଟ୍ରିକର ଲଗାଯିବ ନାହିଁ ।