ଲକ୍ ଡାଉନ୍ ରେ କୋହୋଳ ହେଲା କଟକଣା; ଏହିସବୁ ସୁବିଧା ମିଳିବ

ଭୁବନେଶ୍ୱର: କୋରୋନାକୁ ନେଇ ଦେଶବ୍ୟାପି ଲକ୍ ଡାଉନ୍ କରାଯାଇଥିବାବେଳେ ବହୁ ଜିନିଷ ଉପରେ କଡା କଟକଣା ଲଗାଯାଇଥିଲା । ତେବେ ବତର୍ମାନ ଏବେ ଲକ୍ ଉାଉନ୍ ସମୟରେ କିଛି କଟକଣା ଉପରେ କୋହଳ କରାଯାଇଛି ।

ଆମାଜନ୍, ଫ୍ଲିପକାର୍ଟ, ମିନ୍ତ୍ରା, ସ୍ୱିଗି, ଜୋମାଟୋ, କେଏଫ୍‌ସି, ଡୋମିନସ୍, ପିଜା ହଟ୍, ଉବେର ଇଟ୍ସ, ବ୍ଲୁ ଡାର୍ଟ, ଡିଟିଡିସି କୋରିଅର, ବିଗ୍ ବାସ୍କେଟ୍, ଉପରୁ ରାଜ୍ୟ ସରକାର କଟକଣା ଉଠାଇ ଦେଇଛନ୍ତି । ସେହିପରି ଖାଦ୍ୟ ଓ ଗ୍ରୋସରୀ ସାମଗ୍ରୀ ଯୋଗାଉ ଥିବା ବିଗ୍ ବଜାର, ରିଲାଏନ୍ସ ଫ୍ରେଶ୍, ଓମ୍‌ଫେଡ୍, ଓପଲଫେଡ୍, ଚିଲିକା ଫ୍ରେଶ୍ ଓ ସ୍ପେନ ସରସକୁ ବିଏମସି ପକ୍ଷରୁ ହୋମ୍ ଡେଲିଭରି ଦେବାକୁ ଅନୁମତି ପ୍ରଦାନ କରାଯାଇଛି ।

ଭିଡ଼କୁ ଦୃଷ୍ଟିରେ ରଖି ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ଗୁଡ଼ିକର ଖୋଲିବା ସମୟ ଉପରେ କଟକଣାକୁ ହଟାଇ ନିଆଯାଇଛି। ଗ୍ରସୋରୀ, ପରିବା ଓ କ୍ଷୀର ଆଦି ସାମଗ୍ରୀ ଲାଗି ରାଜ୍ୟର ପ୍ରାୟ ସବୁ ସହରାଂଚଳ ରେ ବିଭିନ୍ନ ସ୍ଥାନରେ ଲୋକଙ୍କ ଭିଡ଼ ଜମୁଥିବାରୁ ଏହାକୁ କମାଇବାକୁ ରାତି ବେଳା ମଧ୍ୟ ଦୋକାନ ଖୋଲା ରହିବ। ସାମାଜିକ ଦୂରତ୍ୱ ପାଇଁ ପ୍ରତ୍ୟକ ଦୋକାନ ସାମ୍ନାରେ ଗୋଲ ବୁଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।