ମାସେ ଯାଏଁ ପଲ୍ୟୁସନ ଚେକିଂ କୋହଳ ନିଷ୍ପତି: ପରିବହନ ସଚିବ

ଭୁବନେଶ୍ୱର:ଦେଶରେ ନୂଆ ସଂଶୋଧିତ ଟ୍ରାଫିକ ନିୟମ ଲାଗୁ ହେବା ପରେ ପୋଲିସ ଆକ୍ସନ ମୁଡ଼ରେ ରହିଛି । ଟ୍ରାଫିକ ଓ ଜରୁରୀ କାଗଜପତ୍ର ନଥିଲେ ଗାଡ଼ି ଚାଳକଙ୍କ ଉପରେ ମୋଟା ଅଙ୍କର ଫାଇନ ଲାଗୁଛି । ଏଥିରେ ମଧ୍ୟ ସାମିଲ ରହିଛି ନୋ ପଲ୍ୟୁସନ ପ୍ରମାଣପତ୍ର । କିନ୍ତୁ ଆଜି ଠାରୁ ମାସେ ଯାଏଁ ପଲ୍ୟୁସନ ଚେକିଂ କହଳ କରିବାକୁ ନିଷ୍ପତି ହୋଇଥିବା ପରିବହନ ସଚିବ ଜି. ଶ୍ରୀନିବାସନ ସୂଚନା ଦେଇଛନ୍ତି । 

ଓଡ଼ିଶାରେ ମଧ୍ୟ ଆରମ୍ଭ ହୋଇଯାଇଛି ନୂଆ ମୋଟର ଭେଇକେଲ ଆକ୍ଟର କଟକଣା । ଗାଡ଼ି ଚାଳକ ଟ୍ରାଫିକ ନିୟମ ଉଲଂଘନ ଉପରେ ପୂର୍ବ ଅପେକ୍ଷା ଜୋରିମାନା ଅଧିକ ଗୁଣ ବଢିଯାଇଛି । ଅମାନିଆ ଗାଡ଼ିଚାଳକ ଟ୍ରାଫିକ ନିୟମ ଉଲଂଘନ କରିବା ଫଳରେ ମୋଟା ଅଙ୍କର ଫାଇନ ଗଣୁଛନ୍ତି । ନୂଆ ଟ୍ରାଫିକ ନିୟମ ସାଧାରଣ ଲୋକଙ୍କ ଜୀବନଯାପନ ଉପରେ ଅଧିକ ପ୍ରଭାବ ପକାଇଛି । ଟ୍ରାଫିକ ନିୟମକୁ ମାନିବା ଜରୁରୀ ହୋଇଥାଏ ।  ପଲ୍ୟୁସନ ସାର୍ଟିଫିକେଟ ନଥିଲେ ୧୦ହଜାର ଟଙ୍କା ଜୋରିମାନା ପଡ଼ୁଛି । ତେଣୁ ଆଜି ଠାରୁ ମାସେ ଯାଏଁ ପଲ୍ୟୁସନ ଚେକିଂ କହଳ କରିବାକୁ ନିଷ୍ପତି ହୋଇଛି । ସାଧାରଣ ଲୋକଙ୍କୁ ଅଯଥା ହଇରାଣ ନ କରିବାକୁ ବିଭାଗୀୟ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି ପରିବହନ ସଚିବ ଜି. ଶ୍ରୀନିବାସନ । 

ଭୁଲରେ ଜୋରିମାନା ଆଦାୟ କରୁଥିବା କର୍ମଚାରୀ ମଧ୍ୟ ତଣ୍ଡ ଗଣିବେ । ଭୁଲରେ ଫାଇନ କାଟିଲେ ସମ୍ପୃକ୍ତ କର୍ମଚାରୀ ଡବଲ ଟଙ୍କା ଦେବେ ବୋଲି ପରିବହନ ସଚିବ ଜି. ଶ୍ରୀନିବାସନ କହିଛନ୍ତି । କମ୍ପାଉଣ୍ଡ ଫାଇନ ସମ୍ପର୍କରେ ସୂଚନା ଦେଇ ପରିବହନ ସଚିବ କହିଛନ୍ତି ଯେ, ଗାଡ଼ି ଚାଳକ ଧରାପଡ଼ିଲେ ଯେକୈାଣସି ଗୋଟିଏରେ ଫାଇନ ଦେବାକୁ ଯୋଜନା ରହିଛି ।