ଅଫିସ୍‌ରେ ଭାଇ ଡାକିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଅଫିସ୍‌ର ଡ୍ୟୁଟି ଆୱାରରେ ସିନିଅରମାନଙ୍କୁ ଭାଇ ସମ୍ବୋଦନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି ହୋଇଛି। ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ନିର୍ଦ୍ଦେଶକ ରତ୍ନାକର ରାଉତ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।

ସେ ତାଙ୍କ ଚିଠିରେ ଲେଖିଛନ୍ତି ଯେ, ଅଫିସ୍‌ରେ କୌଣସି ଜୁନିଅର ଅଧିକାରୀ ଭାଇ ସମ୍ବୋଧନ କଲେ ଏହା ଅଫିସର ଡେକୋରମ୍ ନଷ୍ଟ କରୁଛି। ଏଥିସହ ଷ୍ଟେଟ୍ ସରଭ୍ୟାଣ୍ଡ କଣ୍ଡ ରୁଲ୍-୧୯୫୯ର ଏହା ଖୋଲା ଉଲଂଘନ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।