ଭୁବନେଶ୍ବର :ନୂଆବର୍ଷ ଅବସରରେ ଏହି କରୋନାର ବ୍ୟାପିବାର ଅଧିକ ଆଶଙ୍କା ଥିବାରୁ ରାଜ୍ୟସରକାର ନାଇଟ କର୍ଫ୍ୟୁ ନିୟମ ଲାଗୁ କରିଛନ୍ତି। ଆଜି ରାତି ୧୦ଟାରୁ ଆସନ୍ତାକାଲି ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି ରାଜ୍ୟ ସରକାର। କର୍ଫ୍ୟୁ ସମୟରେ ଜରୁରୀକାଳିନ ସେବା ଜାରି ରହିବା ସହ ନିୟମ ଉଲ୍ଲଂଘନ ନ କରିବାକୁ ରାଜ୍ୟବାସୀଙ୍କ ନିଦେବନ କରିଛନ୍ତି ସରକାର।
Govt of Odisha imposing Night curfew from 10pm of tonight to 5AM tomorrow morning across the state. General public requested to cooperate. All essential services& movements are allowed to continue during curfew hours. @CMO_Odisha @IPR_Odisha @SecyChief @odisha_police @SRC_Odisha
— Pradeep Jena IAS (@PradeepJenaIAS) December 31, 2020
ସ୍ୱତନ୍ତ୍ର ରିଲିଫ୍ କମିଶନର୍ ପ୍ରଦୀପ ଜେନା ଟୁଇଟ କରି କହିଛନ୍ତି ଯେ, ସାରା ରାଜ୍ୟରେ ଆଜି ରାତି ୧୦ଟାରୁ ଆସନ୍ତାକାଲି ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ ହେବ। ରାଜ୍ୟବାସୀଙ୍କୁ ସହଯୋଗ କରିବାକୁ ଅନୁରୋଧ। କର୍ଫ୍ୟୁ ସମୟରେ ଜରୁରୀକାଳିନ ସେବା ଜାରି ରହିବ।