ହକି ପାଇଁ ସ୍କୁଲ ଛୁଟି,ସରକାରୀ କାର୍ଯ୍ୟଳୟ ଅଧାଛୁଟି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ବର : ବିଶ୍ବ କପ ଉଦ୍ଘାଟନୀ ଉତ୍ସବ ପାଇଁ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି । ରାଜଧାନୀରେ ସବୁ ସ୍କୁଲ କଲେଜ ଛୁଟି ରହିବ । ସେହିପରି ରାଜ୍ୟର ଅନ୍ୟ ଅଞ୍ଚଳରେ ସମସ୍ତ ଶିକ୍ଷାନୁଷ୍ଠାନ ଅପରାହ୍ନ ୧ଟା ୩୦ ମିନିଟ୍ ଠାରୁ ବନ୍ଦ ରହିବ । ଭୁବନେଶ୍ବର ସମେତ ସାରା ରାଜ୍ୟର ସରକାରୀ କାର୍ଯ୍ୟାଳୟଗୁଡ଼ିକ ଆସନ୍ତାକାଲି ବିଶ୍ବକପ ହକି ଉଦଘାଟନୀ ଉତ୍ସବ ପାଇଁ ଅପରାହ୍ନ ୧ଟା ୩୦ରୁ ବନ୍ଦ ରହିବ । ସେହିପିରି ୨୮ ତାରିଖରେ କଟକରେ ବିଶ୍ବକପ ହକି ଉତ୍ସବ ଲାଗି ନଭେମ୍ବର ୨୮ ବୁଧବାର ଦିନ କଟକର ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ଅପରାହ୍ନ ୧ଟା ୩୦ ମିନିଟ୍ ଠାରୁ ବନ୍ଦ ରହିବ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ପକ୍ଷରୁ ସୂଚନା ଦିଆଯାଇଛି ।